Latest Odisha News

BREAKING NEWS

ଜଙ୍ଗଲରେ କିଏ କଲା ମଣିଷ ଶିକାର ?

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆସିଛି ଖବର । ଜଙ୍ଗଲରେ ଚାଲିଛି ଦୁଇ ଗୋଡିଆଙ୍କ ଶିକାର । ହେଲେ ପଶୁ ନୁହେଁ ବରଂ ସାମାଜିକ ପ୍ରାଣୀଙ୍କ ଜୀବନ ଏବେ ଶସ୍ତା ହୋଇଯାଇଛି । ବୋଧ ହୁଏ ସେଥିପାଇଁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମିଳିଛି ତିନିତିନିଜଣଙ୍କ ମୃତଦେହ ।

ଡିମିରିପଦା ପାହାଡ ପାଖ ବାଲିପଟା ଗାଁର ବାଲିକୁଦିଆ ଜଙ୍ଗଲରେ ଦେଖିବାକୁ ମିଳିଥିଲା ଛାତି ଥରାଇଦେଲାଭଳି ଦୃଶ୍ୟ । ଜଙ୍ଗଲର ଏକ ଗଛରେ ଝୁଲିଥିଲା ତିନିଜଣଙ୍କ ଗଳିତ ମୃତଦେହ । ଅନୁମାନ କରାଯାଇଥିଲା ଏକାଧିକ ଦିନ ଧରି ତିନିଜଣଙ୍କୁ କେହି ମାରି ଗଛରେ ଝୁଲାଇଦେଇଛି ।

ଗତକାଲି ସଂଧ୍ୟାରେ ଜଣେ ବ୍ୟକ୍ତି ଗାଇ ଚରାଇ ଫେରୁଥିବାବେଳେ ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଭୟଭୀତ ଅବସ୍ଥାରେ ସେ ଗାଁ ଲୋକଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ । ସବୁ ଜାଣି ସୁଦ୍ଧା ସଂଧ୍ୟାର ଅନ୍ଧାର ଭିତରେ ସେହି ସ୍ଥାନକୁ ଯିବା ଲାଗି କେହି ସାହାସ ଜୁଟାଇ ପାରିନଥିଲେ । ତେବେ ଗାଁର କିଛି ସାହାସୀ ଯୁବକ ଘଟଣାସ୍ଥଳକୁ ଯାଇ ତିନୋଟି ମୃତଦେହ ଝୁଲିଥିବା ନେଇ ସୂଚନା ଦେଇଥିଲେ ।

ସ୍ଥାନୀୟ ଲୋକେ ଏହି ଘଟଣାକୁ ନେଇ ଭୟଭୀତ ଥିବାବେଳେ ମୃତ ତିନିଜଣଙ୍କ ବିଷୟରେ କୌଣସି ସବିଶେଷ ସୂଚନା ମିଳିପାରିନି । ଏ ଯାଏଁ ଛେଣ୍ଡିପଦା ପୋଲିସ ନିକଟରେ କୌଣସି ସୂଚନା ନଥିବାବେଳେ ତିନିଜଣଙ୍କ ମୃତ୍ୟୁର ରହସ୍ୟ ଘନେଇବାରେ ଲାଗିଛି ।

Leave A Reply

Your email address will not be published.