Latest Odisha News

BREAKING NEWS

ଧରା ପଡିଲେ ଜମତାରା ଗ୍ୟାଙ୍ଗ, ୪ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ

କେନ୍ଦୁଝର: କେନ୍ଦୁଝର ପୋଲିସର ବଡ ସଫଳତା । ସାଇବର କ୍ରାଇମ ପାଇଁ ବ୍ୟବହାର ହେଉଥିବା ନକଲି ୪ ହଜାର ସିମକାର୍ଡ଼ ବିକ୍ରି କରିଥିବା ୪ଜଣ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ପୋଲିସ । ଏହି ୪ ହଜାରରୁ ଉର୍ଦ୍ଧ୍ଵ ନକଲି ସିମ୍ କାର୍ଡ଼ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ ଏହି ୪ଜଣ ।

ସୂଚନା ଅନୁସାରେ, କେନ୍ଦୁଝରଜିଲ୍ଲାର ଏହି ୪ଜଣ ଅପରାଧୀ ଲୋକଙ୍କୁ ସୀମ୍ କାର୍ଡ ଯୋଗାଇବା ନିମନ୍ତେ ସେମାନଙ୍କ ଠାରୁ ଆଧାର ଓ ଭୋଟର କାର୍ଡ ନେଇ ଦୁଇଟି ଲେଖାଁଏ ସିମ୍ ଇସ୍ୟୁ କରିଆଣୁଥିଲେ। ସେଥିରୁ ଗୋଟିଏ ଲେଖାଏଁ ସିମକୁ ୪/୫ ହଜାର ଟଙ୍କାରେ ଝାରଖଣ୍ଡ, ବିହାର ଏବଂ ଅନ୍ୟ ରାଜ୍ୟର ସାଇବର ଠକଙ୍କୁ ବିକ୍ରି କରୁଥିଲେ। ଏଭଳି କାର୍ଯ୍ୟରେ ଲିପ୍ତ ମାଷ୍ଟର ମାଇଣ୍ଡ ନାମରେ ଦେଶର ୧୦ରୁ ଅଧିକ ରାଜ୍ୟରେ ସାଇବର ଠକେଇ ମାମଲା ଥିବା କେନ୍ଦୁଝର ପୋଲିସକୁ ଜଣାପଡିଥିଲା । ଏହା ପରେ ଏକ ସ୍ୱତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ତିନିଜଣଙ୍କୁ ଗିରଫ କରିଥିଲା । ଗିରଫ ୪ଜଣ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ରାଜ କିଶୋର ଜେନା, ତପନ କୁମାର ଜେନା, ସୁବ୍ରତ କୁମାର ଜେନା ଏବଂ ପ୍ରଦୀପ କୁମାର ମିଶ୍ର ।

ଏହି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ, ୫ ଟି ବାଇମେଟ୍ରିକ ସ୍କାନର, ୨୫ ଟି ଏଟିଏମ୍ କାର୍ଡ଼, ୨୫ ଟି ଆଇଡି କାର୍ଡ, ଗୋଟିଏ ଲାପଟପ, ୭ ଟି ପାସ ବୁକ୍, ୧୮୫ ଟି ଫଟୋ ଓ ୫୦୭୧ ଟଙ୍କା ଜବତ କରିଛି କେନ୍ଦୁଝର ପୋଲିସ । ଏନେଇ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛି କେନ୍ଦୁଝର ପୋଲିସ ।

Leave A Reply

Your email address will not be published.