Latest Odisha News

BREAKING NEWS

ଏସଟିଏଫଙ୍କ ଏନକାଂଉଟରରେ ଟଳିଲା ଗ୍ୟାଙ୍ଗଷ୍ଟାର ଅନୀଲ

ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅନୀଲ ଦୁଜାନା ଓରଫ ଅନୀଲ ନାଗର ଗୁରୁବାର ଏସଟିଏଫଙ୍କ ଏନକାଂଉଟରରେ ଟଳିଛି । ଉତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ତାଙ୍କ ନାମରେ ୬୦ଟି କେସ ରହିଥିଲା । ବାଦଲପୁରର ଦୁଜାନା ଗ୍ରାମ କୁଖ୍ୟାତ ସୁନ୍ଦର ନାଗର ଓରଫ ସୁନ୍ଦର ଡାକୁ ନାମରେ ଜଣାଯାଉଥିଲା । ଗୌତମବୁଦ୍ଧ ନଗରର ସାତ ଗ୍ୟାଙ୍ଗ ଓ ଗ୍ୟାଙ୍ଗଷ୍ଟାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନରେଟ ପୋଲିସ ଯୋଜନା ପ୍ରସ୍ତୁତ କରି ରଖିଥିଲା । ଏଥିରେ ଅନୀଲଙ୍କ ନାମ ରହିଥିଲା । ତାଙ୍କ ବ୍ୟତୀତ ରଣଦୀପ ଭାଟି, ସିଂହରାଜ ଭାଟି, ଅନୀଲ କସାନା, ଅନୀଲ ଭାଟି ଓ ମନୋଜଙ୍କ ନାମ ରହିଛି । ସ୍ଥାନୀୟ ସରକାର ରାଜ୍ୟରେ ଉପଦ୍ରବ କରୁଥିବା ୬୬ ମାଫିଆଙ୍କ ନାମ ପ୍ରସ୍ତୁତ କରିଛି ।

ନୋଏଡା ଓ ଗ୍ରେଟର ନୋଏଡାରେ ନବେ ଦଶକରେ ଆରମ୍ଭ ହୋଇଥିବା ଗ୍ୟାଙ୍ଗୱାରର ପରିମାଣ ସ୍ୱରୂପ ଏହାର ପରବର୍ତୀ ପୀଢ଼ି ଏଥିରେ ସାମିଲ ହେଉଛନ୍ତି । ଏହାକୁ ରୋକ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସ୍କ୍ରାପ, ପାର୍କିଂ, ଟ୍ରାନ୍ସପୋର୍ଟ ଓ ଜମି ଉପରେ କବଜା କରିବା ଏମାନଙ୍କ ମୂଖ୍ୟ ଲକ୍ଷ୍ୟ । ପୋଲିସ ଏବେ ଏହି ସବୁ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି । ଉତରପ୍ରଦେଶ ସରକାର ଏହି କାର୍ଯ୍ୟାନୁଷ୍ଠାନ ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.