Latest Odisha News

BREAKING NEWS

ଥାନାରେ କୁସୁମ ଟେଟେଙ୍କ ଏତଲା ପରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁ଼ଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ପ୍ରଚାରେ ବେଳେ ହିଂସାକୁ ନେଇ ଟଣାଓଟରା ହୋଇଛନ୍ତି ଦୁଇ ଦଳ । ମେ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଉଭୟ ଦଳ ଉଭୟଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ।

ବୁଧବାର ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେ ଲଇକେରା ଥାନାରେ ବିଜେଡି କର୍ମକର୍ତ୍ତା ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ । ଏତଲାରେ ଉଲ୍ଲେଖ କରିଥିଲେ, ନିକଟିମାଳରେ ପ୍ରଚାର ବେଳେ ତାଙ୍କ ଉପରେ ବିଜେଡି କର୍ମୀ ଆକ୍ରମଣ କରିଛନ୍ତି । ଢେଲାପଥର ମାଡ଼ ସହ ଅଣ୍ଡା ଫିଙ୍ଗିଥିବା ସେ ଅଭିଯୋଗ କରିଥିଲେ ।

କୁସୁମ ଟେଟେଙ୍କ ଉପରେ ଆକ୍ରମଣ ନେଇ ୧୭ ଜଣଙ୍କ ବିରୋଧରେ ଲଇକେରା ଥାନାରେ ଏତଲା ହୋଇଛି । ଯାହାକୁ ନେଇ ବିଜେପି ନେତା କହିଛନ୍ତି, ବିଜେଡି ହିଂସା ସୃଷ୍ଟି କରି ଆଚରଣ ବିଧିର ଉଲ୍ଲଂଘନ କରୁଛି । ଏ ଘଟଣାକୁ ଦଳ ନିର୍ବାଚନ କମିଶନଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିବ ।

ଥାନାରେ କୁସୁମ ଟେଟେଙ୍କ ଅଭିଯୋଗର ଦିନକ ପରେ ଆଜି ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପାଲଟା ଅଭିଯୋଗ ଆଣିଛି । ବିଜେଡି ଅଭିଯୋଗ କରିଛି, କୁସୁମ ଟେଟେ ଓ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ।

କୁସୁମ ଟେଟେ ଓ ଟଙ୍କଧର ତ୍ରିପାଠୀ ବିଜେଡି କର୍ମୀଙ୍କୁ ମାଡ଼ ମାରିବା ସହ ଧମକ ଦେଇଛନ୍ତି । ତୁରନ୍ତ ବିଜେପି ବିଧାୟିକା ଟେଟେଙ୍କ ସହ ପ୍ରାର୍ଥୀ ଟଙ୍କଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ।

Leave A Reply

Your email address will not be published.