Latest Odisha News

BREAKING NEWS

ତେଲୁଗୁ ଫିଲ୍ମରେ ଅନୀଲ କପୁର

ମୁମ୍ବାଇ: ଟଲିଉଡରେ ଡେବ୍ୟୁ କରିବେ ବଲିଉଡ୍ ସୁପରଷ୍ଟାର । ୬୩ ବର୍ଷର ମାଚୋ ମ୍ୟାନ୍ ଅନୀଲ କପୁରଙ୍କୁ ମିଳିଛି ନେଗେଟିଭ୍ ରୋଲ୍ । ଅର୍ଥାତ୍ ଫିଲ୍ମରେ ଭିଲେନ୍ ରୋଲରେ ଦେଖାଦେବେ ବଲିଉଡର ଲଖନ । ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ ନଜର ଆସିବେ ସୁପରଷ୍ଟାର ମହେଶ ବାବୁ । ଦଶହରା ପରେ ଫିଲ୍ମର ସୁଟିଂ ଆରମ୍ଭ ହେବା ସମ୍ଭାବନା ରହିଛି । ଏବଂ ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ଆମେରିକାରେ ହେବ । ଏନେଇ ଭିସା ଆବେଦନ ହୋଇସାରିଥିବା ଜଣାପଡିଛି ।

ପର୍ଶୁରାମ ଏବଂ ନିଜେ ମହେଶ ବାବୁ ଫିଲ୍ମର ନିର୍ମାତା ସାଜିଛନ୍ତି । ଫିଲ୍ମର ନାଁ ରହିଛି ସରକାରୁ ଭାରି ପାତା । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଫିଲ୍ମରେ ଅନୀଲ କପୁରଙ୍କୁ ନେଗେଟିଭ୍ ରୋଲରେ ଅଭିନୟ ପାଇଁ ନିର୍ମାତା ପର୍ଶୁରାମ ଫୋନରେ ସ୍କ୍ରିପ୍ଟ ଶୁଣାଇଥିଲେ । ଏବଂ ଫିଲ୍ମର କାହାଣୀ ଓ ତାଙ୍କ ଭୂମିକାକୁ ଅନୀଲ ବେଶ୍ ପସନ୍ଦ କରିଥିବା କୁହାଯାଉଛି ।

ଫିଲ୍ମରେ ନେଗେଟିଭ୍ ରୋଲ ପାଇଁ ପ୍ରଥମେ କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପଙ୍କୁ ସ୍ଥିର କରାଯାଇଥିଲା । ତେବେ ତାରିଖ ନଥିବାରୁ ସୁଦୀପଙ୍କ ସ୍ଥାନରେ ଅନୀଲ କପୁରଙ୍କୁ ନିଆଯାଇଛି । ଫିଲ୍ମରେ ମହେଶ ବାବୁଙ୍କ ସହ ଅଭିନେତ୍ରୀ ଭାବେ ଲିଡ୍ ରୋଲରେ କୀର୍ତ୍ତୀ ସୁରେଶଙ୍କୁ ଦେଖିବାକୁ ମିଳିବ । ତେବେ ସମସ୍ତଙ୍କ ନଜର ଅଟକି ରହିଛି ଭିଲେନ ଅନୀଲ କପୁରଙ୍କ ଉପରେ ।

Leave A Reply

Your email address will not be published.