Latest Odisha News

BREAKING NEWS

ରାମାୟଣର ସୁଟିଂ ପୂର୍ବରୁ ସାମ୍ନାକୁ ଆସିଲା ରଣବୀରଙ୍କ ଅନ୍ୟ ଏକ ଫଟୋ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିଲା ଅଭିନେତା ରଣବୀର କପୁରଙ୍କ ଚଳଚ୍ଚିତ୍ର ‘ଆନିମଲ’ । ଏଥିରେ ରଣବୀର ଏକ ଭୟଙ୍କର ଚରିତ୍ରରେ ନଜର ଆସିଥିଲେ । ବର୍ତ୍ତମାନ ରଣବୀରଙ୍କୁ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଚଳଚ୍ଚିତ୍ର ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହି ପୌରାଣିକ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାକୁ ଏବେ କିଛି ସମୟ ବାକି ରହିଥିବା ବେଳେ ବର୍ତ୍ତମାନ ରଣବୀରଙ୍କ ଏକ ନୂତନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୨୦୨୪ରେ ଅଭିନେତା ରଣବୀର କପୁରଙ୍କ ଅନେକ ବଡ ବଡ ଚଳଚ୍ଚିତ୍ର ଆସିବାକୁ ଯାଉଛି । ରଣବୀରଙ୍କୁ ଚଳିତବର୍ଷ ନୀତୀଶ ତିୱାରୀଙ୍କ ‘ରାମାୟଣ’, ସଞ୍ଜୟ ଲୀଲା ଭନସାଲୀଙ୍କ ‘ଲଭ୍ ଆଣ୍ଡ ୱାର’ ଏବଂ ‘ବ୍ରହ୍ମାସ୍ତ୍ର-୨’ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ରଣବୀରଙ୍କ ଶେଷ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆନିମଲ’ ପରେ ଆଜିକାଲି ରାମାୟଣକୁ ନେଇ ଅଭିନେତା ବେଶ୍ ଚର୍ଚ୍ଚାରେ ରହିଛନ୍ତି । ରଣବୀରଙ୍କୁ ପ୍ରଥମ ଥର ପାଇଁ ଏକ ପୌରାଣିକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ନୀତୀଶ ତିୱାରୀଙ୍କ ଫିଲ୍ମ ରାମାୟଣର ସୁଟିଂ ଆରମ୍ଭ ପୂର୍ବରୁ ରଣବୀର କପୁରଙ୍କ ସଦ୍ୟତମ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ପ୍ରଶଂସକଙ୍କ ମନରେ ଉତ୍ସାହ ଖେଳିଯାଇଛି ।

ସୋସିଆଲ ମିଡିଆରେ ରଣବୀର କପୁରଙ୍କ କ୍ଲିନ୍ ସେଭ୍ ଲୁକ୍ ର ଏକ ଭିଡିଓ ଭାଇରାଲ୍ ହେଉଛି । ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନି ଏହି ଭିଡିଓକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । କ୍ଲିନ୍ ସେଭେ୍ ରଣବୀର କପୁର ଏକ ଗ୍ରେ କଲର୍ ଟି-ସାର୍ଟ, ଡେନିମ୍ ଜ୍ୟାକେଟ୍ ଏବଂ ଲୁଜ୍ ପ୍ୟାଣ୍ଟରେ ନଜର ଆସିଛନ୍ତି ।  ସୂଚନାଯୋଗ୍ୟ ଯେ, ‘ଦଙ୍ଗଲ’ ଏବଂ ‘ବୱାଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ନୀତୀଶ ତିୱାରୀଙ୍କ ପୌରାଣିକ ଚଳଚ୍ଚିତ୍ର ‘ରାମାୟଣ’ର ସୁଟିଂ ମାର୍ଚ୍ଚ ୨୦୨୪ ରେ ଆରମ୍ଭ ହେବାକୁ ଯାଉଛି । ରଣବୀର କପୁରଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଅରୁଣ ଗୋବିଲ, ସାଇ ପଲ୍ଲଭି ମଧ୍ୟ ନଜର ଆସିବେ ।

 

 

Leave A Reply

Your email address will not be published.