Latest Odisha News

BREAKING NEWS

ଆତ୍ମ ସମର୍ପଣ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ; ଅମିତ ଶାହଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି। ଆତ୍ମ ସମର୍ପଣ ପରେ ମିଳିଲା ଜାମିନ। ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ଏହା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନା ଅନୁସାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ସେ ତତ୍କାଳୀନ ଭାଜପା ରାଷ୍ଟ୍ରୀୟ ସଭାପତି ତଥା ବର୍ତ୍ତମାନର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।ଅଭିଯୋଗ ଦାଖଲ କରିଥିବା ବିଜୟ ମିଶ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀ ଏକ ଜାତୀୟ ଦଳର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ସେ ଅମିତ ଶାହାଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଦ୍ୱାରା ସେ ଆହତ ହୋଇଛନ୍ତି।

ଏହି ମନ୍ତବ୍ୟ ପରେ ଜାତୀୟ ରାଜନୀତି ବେଶ୍ ସରଗରମ ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ଭାଜପା ନେତା ତଥା ପୂର୍ବତନ ସମବାୟ ଅଧ୍ୟକ୍ଷ ବିଜୟ ମିଶ୍ର ସିଭିଲ କୋର୍ଟର ଏମପି-ଏମଏଲଏ କୋର୍ଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି ହୋଇଥିଲା। ତେଣୁ ସେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ଆତ୍ମସମର୍ପଣ କରିଥିଲେ।

କେବଳ ଅମିତ ଶାହ ବୋଲି ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମଧ୍ୟ ସେ ଆପତ୍ତିଜନକ ବୟାନ ଦେଇଥିଲେ। ମୋଦି ସାଙ୍ଗିଆ ନାଁ କୁ ନେଇ ତାଙ୍କୁ ଜେଲ୍ ମଧ୍ୟ ହୋଇଥିଲା। ତାଙ୍କର ସାଂସଦ ପଦବୀକୁ ମଧ୍ୟ ରଦ୍ଦ କରାଯାଇଥିଲା। ପରେ ମାମଲାର ଶୁଣାଣି ହେଲା ଏବଂ ୨୦୨୩ ରେ ତାଙ୍କୁ ଜେଲ୍ ରୁ ମୁକ୍ତି ଦିଆଗଲା।

Leave A Reply

Your email address will not be published.