Latest Odisha News

କ’ଣ ରଖିଲେ ଅନୀତା ତାଙ୍କ ଶିଶୁପୁତ୍ରର ନାଁ?

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୀତା ହସାନନ୍ଦନୀ ରବିବାର ଦିନ ତାଙ୍କ ନବଜାତ ପୁତ୍ରର ନାମକୁ ସୃଜନଶୀଳ ଢଙ୍ଗରେ ପ୍ରକାଶ କରିଛନ୍ତି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନୀତା ତାଙ୍କ ସ୍ୱାମୀ ରୋହିତ ରେଡ୍ଡୀଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ବର୍ଷ ଫେବୃଆରୀ ୯ ରେ ଅନୀତା ଏବଂ ରୋହିତ ସେମାନଙ୍କର ପ୍ରଥମ  ସନ୍ତାନ ଜନ୍ମକୁ ସ୍ୱାଗତ କରିଥିଲେ। ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି।

ଏହି ଦମ୍ପତି ସେମାନଙ୍କ ପୁଅର ନାମ କଣ ରଖିଛନ୍ତି ଆପଣ ଜାଣନ୍ତି କି? ଏହି ଦମ୍ପତ୍ତି ତାଙ୍କ ଶିଶୁ ପୁତ୍ରର ନାମ ଆରଭ ରଖିଛନ୍ତି। ନିକଟରେ ଅନୀତା ତାଙ୍କ ଶିଶୁପୁତ୍ରକୁ କୋଳରେ ଧରି ଏକ ଫଟୋ ସେୟାର କରିଥିଲେ। ସେ କିନ୍ତୁ ଏଥିରେ ସେ ତାଙ୍କ ମୁହଁକୁ ଲୁଚାଇ ରଖିଥିବା ଦେଖିବାକୁ ମିଳିଥିଲା।

Comments are closed.