Latest Odisha News

BREAKING NEWS

୧୧ ଦିନ ହେଲା ଆଇଜିଏଚ ଶବ ଗୃହରେ ପଡିଛି ମୃତଦେହ, କ୍ଷତିପୂରଣ ନ ମିଳିବା ଯାଏ ନେବାକୁ ନାରାଜ ପରିବାରଲୋକ

ରାଉରକେଲା:୧୧ଦିନ ହେଲା ରାଉରକେଲା ଆଇଜିଏଚ ଶବ ଗୃହରେ ପଡିରହିଛି ମୃତଦେହ । କ୍ଷତିପୂରଣ ନ ମିଳିବା ଯାଏ ମୃତଦେହ ନେବାକୁ ନାରାଜ ପରିବାର ଲୋକ ।

ସୂଚନାଅନୁସାରେ, ଗତ ୧୧ ତାରିଖ ରାତିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନିୟୁ ପ୍ଲେଟ୍ ମିଲ୍ ବିଭାଗରେ କାମ କରୁଥିଲେ ରାଇସନ ମାରାଣ୍ଡି । ଦୁର୍ଘଟଣାରେ ରାଇସନ ଗୁରୁତର ହୋଇପଡିଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । 

ରାଇସନଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ କ୍ଷତିପୂରଣ ଅର୍ଥ ମିଳିନି କି ପରିବାରର ଜଣଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇନାହାନ୍ତି କର୍ତ୍ତୃପକ୍ଷ । ଫଳରେ ପରିବାର ଲୋକେ ଆଇଜିଏଚରୁ ମୃତଦେହ ନେଉନାହାନ୍ତି ।

ଶବ ଗୃହ ସମ୍ମୁଖରେ ପରିବାର ଲୋକ ଧାରଣାରେ ବସିଛନ୍ତି । କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରି ନମିଳିବା ଯାଏଁ ମୃତଦେହ ନେବେନି ବୋଲି ପରିବାର ଲୋକ କହିଛନ୍ତି । 

Leave A Reply

Your email address will not be published.