Latest Odisha News

ବିଦେଶୀ ଦର୍ଶକଙ୍କ ବିନା ହେବ ଟୋକିଓ ଅଲିମ୍ପିକ୍ସ !

ଟୋକିଓ:କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ହେବ କି ନାହିଁ ତାହା ଏବେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛି । ଜାପାନର ଏକ ପ୍ରତିଷ୍ଠିତ ଖବର କାଗଜ ଅନୁସାରେ ମାସକ ମଧ୍ୟରେ ଅଲିମ୍ପିକ୍ସ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ତେବେ ବିଦେଶୀ ଦର୍ଶକଙ୍କୁ ଅନମୁତି ମିଳିବା ସମ୍ଭାବନା କମ୍ ରହିଛି ବୋଲି ଉକ୍ତ ଖବରକାଗଜରେ ଉଲ୍ଲେଖ ରହିଛି ।

ଜାପାନର ଜନତା କିନ୍ତୁ ଅଲିମ୍ପିକ ଆୟୋଜନକୁ ତୀବ୍ର ବିରୋଧ କରୁଛନ୍ତି । ୧୧୦୦୦ ଅଲିମ୍ପିକ ଖେଳାଳୀ, ୪୦୦୦ ପାରାଅଲିମ୍ପିଆନ୍ ଏବଂ କୋଚ,ଅଫିସିଆଲ, ମିଡିଆ ଓ ଭିଆଇପିଙ୍କ ଉପସ୍ଥିତି କରୋନାକୁ ଡାକି ଆଣିବା ଆଶଙ୍କା ମଧ୍ୟ ରହିଛି । ଏହା ଆୟୋଜନରେ ଯେତେ ବିଳମ୍ବ ହେଉଛି ଜାପାନ ସରକାର ଉପରେ ବ୍ୟୟଭାର ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.