Latest Odisha News

ରାଉରକେଲାରେ ହାତୀ ମୃତ୍ୟୁ ଘଟଣା; ୨ ବନ କର୍ମଚାରୀ ନିଲମ୍ବିତ

ରାଉରକେଲା: ରାଉରକେଲାରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ୍ୟୁବରଣ କରିବା ଘଟଣାରେ ବନ ବିଭାଗ ପକ୍ଷରୁ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି।

ସେମାନେ ହେଉଛନ୍ତି ବିସ୍ରା ରେଞ୍ଜ ଫରେଷ୍ଟର ରାଧା ଗୋବିନ୍ଦ ବୋହିଦର ଏବଂ ଜରେଇକେଲା ଫରେଷ୍ଟ ଗାର୍ଡ ଗୁରୁଦେବ ଭୋଇ।

ସୂଚନା ଅନୁଯାୟୀ ବନ ବିଭାଗ ପକ୍ଷରୁ ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କୁ ଡକା ଯାଇଥିଲା।

ଗତ ଫେବୃଆରୀ ୪ ତାରିଖରେ ରାଉରକେଲା ସହରଠାରୁ ୩୦ କିଲୋମିଟର ଦୂରରେ ଥିବା ମହିପାଣୀ ଠାରେ ଏକ ଟ୍ରେନ୍ ଧକ୍କାରେ ଚଳାଚଳ କରିଥିଲା।

Leave A Reply

Your email address will not be published.