ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଚାରିଆଡେ ଉତ୍ସବର ମହୋଲ। ମାଟିରେ ସଜେଇ ହୋଇଛି ରଙ୍ଗ ବେରଙ୍ଗର ଦୀପ। ଗୋଟିଏ ସ୍ଥାନରେ ଦେଖିବାକୁ ମିଳୁଛି ଟେରାକୋଟାର ସମ୍ଭାର । ମାଟି ନିର୍ମିତ ଭଳିକି ଭଳି ସାମଗ୍ରୀ ଦେଖିବାକୁ ବେଶ ମନଲୋଭା ହୋଇଛି। ଦେଖିବା ମାତ୍ରେ ଆପଣ ଏହାକୁ ଏଡାଇ ପାରିବେ ନାହିଁ।
ଏ ଦୃଶ୍ୟ ହେଉଛି ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଟେରାକୋଟା ହସ୍ତଶିଳ୍ପ ପ୍ରଦର୍ଶନୀ ମୃତ୍ତିକା-୨୦୨୪ର। ଏହା ଆସନ୍ତାକାଲି ଅର୍ଥାତ 30 ଅକ୍ଟୋବରେ ଶେଷ ହେବାକୁ ଯାଉଛି। ପ୍ରଦର୍ଶନୀର ଷ୍ଟଲଗୁଡିକ ଦିନ 11ଟାରୁ ରାତି 9 ଟା ପର୍ଯ୍ୟନ୍ତ ଖୋଲା ରହୁଛି।

ମାଟି ତିଆରି ଦୀପ,ମୂର୍ତ୍ତି, କଣ୍ଢେଇ ଦୀପ ଓ ସାଜସଜ୍ଜା ଜିନିଷ ସହିତ ଖୋଲିଛି ଘରକରଣା ଜିନିଷର ସମ୍ଭାର। ଏହା ସହିତ ମାଟି ହାଣ୍ଡି, ମାଟି କୁମ୍ପି , ମାଟି ପ୍ରେସର କୁକର , ମାଟି ପାଣି ବୋତଲ, ଦୀପଦାନୀ ଓ ଦୀପଷ୍ଟାଣ୍ଡ ଭଳି ମିଳୁଛି ଅନେକ ଆକର୍ଷଣୀୟ ସାମଗ୍ରୀ। ବିଭିନ୍ନ ରଙ୍ଗରେ ରଙ୍ଗୀନ କରି ଏହି ସାମଗ୍ରୀ ଗୁଡିକର ପସରା ମେଳାଇଛନ୍ତି କାରିଗର। ସେହିପରି ଜିନିଷ କିଣିବାକୁ ଗ୍ରାହକମାନଙ୍କ ମନରେ ବେଶ ଆଗ୍ରହ। ଆଗକୁ ଦୀପାବଳି ଥିବାରୁ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ସାଜିଛି ବିଭିନ୍ନ ପ୍ରକାରର ଦୀପ।ପ୍ରଦର୍ଶନୀରେ ମିଳୁଛି ମ୍ୟାଜିକ ଦୀପ। ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ଜିଲାରୁ ମାଟି କାରିଗର ମାନେ ଅଂଶ ଗ୍ରହଣ କରିଛନ୍ତି।

ଅନ୍ୟପକ୍ଷରେ ବାତ୍ୟା ଦାନା କାରିଗରଙ୍କ ମନରେ ଦୁଖ ଭରିଛି। ବାତ୍ୟା କାରଣରୁ ବ୍ୟବସାୟ କରିବାକୁ ମିଳୁଛି କମ ସମୟ। ବର୍ଷ ସାରାର ପରିଶ୍ରମକୁ ନେଇ ସେମାନେ ମୂର୍ତ୍ତିକ ଆସୁଥିବା ବେଳେ ଏବର୍ଷ ବାତ୍ୟା ଦାନା ସେମାନଙ୍କ ଦାନ ପାଣି ଛଡାଇ ନେଇଥିବା ମାଟି କାରିଗର ମାନେ କହିଛନ୍ତି।
Comments are closed.