Latest Odisha News

ଆଶ୍ୱସ୍ତି, ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଆସିଛି ଏକ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଏହାକୁ ମିଶାଇ ରାଜ୍ୟରେ ୧୫୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୪ ପଂହଚିଛି । ସେପଟେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.