Latest Odisha News

BREAKING NEWS

ସୁସ୍ଥ ହେଲେ ପୁଣି ୩୯୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ପୁଣି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୯୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟ ସଂଖ୍ୟା ୮୭୫୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୦୬ ଜଣ ଥିବାବେଳେ କଟକର ୭୧ ଜଣ, ମୟୁରଭଞ୍ଜର ୩୮ ଜଣ, ସୁନ୍ଦରଗଡ଼ର ୩୮ ଜଣ, ଯାଜପୁରର ୨୫ ଜଣ, ନବରଙ୍ଗପୁରର ୨୪ ଜଣ, ସମ୍ବଲପୁରର ୨୨ ଜଣ, ଖୋର୍ଦ୍ଧାର ୧୫ ଜଣ, ବାଲେଶ୍ୱରର ୯ ଜଣ, ବରଗଡ଼ର ୬ ଜଣ, ଅନୁଗୁଳ-କଳାହାଣ୍ଡି ଓ କେନ୍ଦ୍ରାପଡ଼ାର ୫ ଜଣ, ଜଗତସିଂହପୁର-କୋରାପୁଟର ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକ, ବୌଦ୍ଧ ଓ କେଉଁଝରର ୩ ଜଣ, ନୟାଗଡ ଓ ପୁରୀରୁ ୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୬୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ ରହିଛି ।

 

Leave A Reply

Your email address will not be published.