Latest Odisha News

BREAKING NEWS

ଗୋଲିଆ ପଞ୍ଚାୟତକୁ ୭ ଦିନ ପାଇଁ ୨୦ ଘଣ୍ଟିଆ ସଟଡାଉନ ଘୋଷଣା କଲେ ସରପଞ୍ଚ

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତକୁ ସରପଞ୍ଚ ମନୋରମା ପ୍ରଧାନ ୭ ଦିନ ପାଇଁ ୨୦ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି।

ଗୋଲିଆ ଗ୍ରାମର ତେଲୁଗୁ ସାହିର ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ଓ ତାଙ୍କ ପରିବାର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଗୋଲିଆ, କୁଶପଲ୍ଲୀ ଓ ବାଦୁଆ ଗ୍ରାମକୁ ଜୁଲାଇ ୧୨ ତାରିଖ ଠାରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଦିନ ୧୦ ଘଣ୍ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୨୦ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି।

ସକାଳ ୬ଟା ରୁ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସେହି ସମୟ ମଧ୍ୟରେ ଜନସାଧାରଣ ନିଜର ଆବଶ୍ୟକ ଜିନିଷ କ୍ରୟ କରିବା ସମୟରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖିବେ।

ମେଡ଼ିସିନ ଷ୍ଟୋର ସବୁ ସମୟରେ ଖୋଲା ରହିପାରିବ ଓ କୃଷି କାର୍ଯ୍ୟ ଚାଲିପାରିବ। ସଟଡାଉନ ସମୟରେ ଘରୁ ବାହାରକୁ ନଆସିବା ପାଇଁ ସରପଞ୍ଚ ନିବେଦନ କରିଛନ୍ତି।

ଏହି ବିଷୟ ନେଇ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଗୋଲିଆ ଶାଖା ଇଣ୍ଡିଆନ ବ୍ୟାଙ୍କ ପରିଚାଳକ ଙ୍କୁ ଅବଗତ କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି। ଆଇନ ଅମାନ୍ୟ କଲେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.