Latest Odisha News

BREAKING NEWS

ଭୁବନେଶ୍ବରରେ ଆକ୍ରାନ୍ତ ତୁଳନାରେ ସୁସ୍ଥ ହେଉଛନ୍ତି ଅଧିକ

ଭୁବନେଶ୍ବର : ରାଜଧାନୀ ସୁଧୁରୁଛି କରୋନା ସ୍ଥିତି । ଯେତିକି ଆକ୍ରାନ୍ତ ହେଉଛନ୍ତି, ତାଠୁ ଅଧିକ ସୁସ୍ଥ ହେଉଛନ୍ତି । ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୫୬୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୦୯ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୫୯ । ସେହିପରି ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧୩୫ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତ ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆଚାର୍ଯ୍ୟ ବିହାରରୁ ୫ ଜଣ ଥିବା ବେଳେ, ଆଇଗିଣିଆରୁ ୨, ଏମ୍ସ ନଗରରୁ ୩, ବଡ଼ଗଡ଼ରୁ ୬, ବରମୁଣ୍ଡାରୁ ୧୧, ଭରତପୁରରୁ ୪, ଭିମଟାଙ୍ଗୀରୁ ୩, ବିଜେବି ନଗରରୁ ୭, ବମିଖାଲରୁ ୩, ଡୁମଡୁମାରୁ ୧୪, ଡମଣାରୁ ୮, ଚିନ୍ତାମଣିଶ୍ବରରୁ ୨, ଚନ୍ଦ୍ରଶେଖରପୁରରୁ ୨୫, ଚକେଇଶିଆଣୀରୁ ୬, ବୁଦ୍ଧେଶ୍ୱରୀ କଲୋନୀରୁ ୩, ବ୍ରହ୍ମେଶ୍ବରପାଟଣାରୁ ୨, ବମିଖାଲରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗାଡଗଣାରୁ ୪, ଗଜପତି ନଗରରୁ ୨, ଗଙ୍ଗ ନଗରରୁ ଜଣେ, ଜିଜିପି କଲୋନୀରୁ ୬, ଘାଟିକିଆରୁ ୨, ହଂସପାଳରୁ ୧୦, ଆଇଆର୍‌ସି ଭିଲେଜରୁ ୭, ଜାଗମରାରୁ ୨, ମଧୂସୁଦନ ନଗରରୁ ଜଣେ, ନୟାପଲ୍ଲୀରୁ ୩୮, ନ୍ୟୁ ଫରେଷ୍ଟ ପାର୍କରୁ ୬ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଏହାଛଡ଼ା ପୋଖରୀପୁଟରୁ ୬, ପାତ୍ରପଡ଼ାରୁ ୨୩, ଟଙ୍କପାଣି ରୋଡରୁ ୫, ପାଣ୍ଡରାରୁ ୩, ପଳାଶୁଣୀରୁ ୪, ପଳାଶପଲ୍ଲୀରୁ ୨, ପାହାଳରୁ ୨, ଓଲ୍ଡ ଟାଉନ୍‌ରୁ ୧୯, ସହିଦ ନଗରରୁ ୮, ଶୈଳଶ୍ରୀ ବିହାରରୁ ୯, କାନନବିହାରରୁ ୩, କଳ୍ପନାରୁ ୨, କଳିଙ୍ଗ ନଗରରୁ ୧୦, ଖାରବେଳ ନଗରରୁ ୪, ଖଣ୍ଡଗିରିରୁ ୧୮, କପିଳପ୍ରସାଦରୁ ୨, ଝାରପଡ଼ାରୁ ୮, ଜୟଦେବ ବିହାରରୁ ୧୦, ମଞ୍ଚେଶ୍ୱରରରୁ ୮, ନହରକଣ୍ଟାରୁ ଜଣେ, ଲକ୍ଷ୍ମୀସାଗରରୁ ୧୬, ଲୁଇସ୍‌ ରୋଡ୍‌ରୁ ୩, ନୀଳାଦ୍ରି ବିହାରରୁ ୧୦ ଓ ଭିଏସ୍‌ଏସ୍‌ ନଗରରୁ ୫, ସାଲିଆ ସାହିରୁ ୩, ସତ୍ୟ ନଗରରୁ ୬, ଶାସ୍ତ୍ରୀ ନଗରରୁ ୭, ସୁନ୍ଦରପଦାରୁ ୬, ପଟିଆରୁ ୩୧, ୟୁନିଟ୍‌-୩ରୁ ଜଣେ, ୟୁନିଟ୍‌-୪ରୁ ୨, ରସୁଲଗଡ଼ରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୦୯ ଜଣଙ୍କୁ ମଧ୍ୟରୁ ଆଚାର୍ଯ୍ୟବିହାରରୁ ୨, ଚନ୍ଦ୍ରଶେଖରପୁରରୁ ୧୦, ଜୟଦେବବିହାରରୁ ୫, ଖଣ୍ଡଗିରିରୁ ୫, ଓଲ୍ଡ ଟାଉନ ଓ ପଟିଆରୁ ୬ ଜଣ ଲେଖାଏଁ, ୟୁନିଟ୍-୯ରୁ ୪, ନୀଳାଦ୍ରିବିହାରରୁ ୪ ଓ ଶୈଳଶ୍ରୀବିହାରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ବିଏମସି ଅଞ୍ଚଳରେ ଏଯାଏଁ ଚିହ୍ନଟ ହେଲେଣି ୮୨ ହଜାର ୬୮୫ ଜଣ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୭୬ ହଜାର ୨୩୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ୩୬୯ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୬୦୫୭ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.