Latest Odisha News

BREAKING NEWS

ଚଳିତ ଥର କେବଳ ପୁରୀରେ ରଥ ଯାତ୍ରା, ଭକ୍ତଙ୍କୁ ବାରଣ

ପୁରୀ: ଚଳିତ ଥର କେବଳ ପୁରୀରେ ହେବ ମହାପ୍ରଭୁଙ୍କ ରଥଯାତ୍ରା ।  ଭକ୍ତଙ୍କୁ ବାରଣ କେବଳ ପୁରୀ ଛଡ଼ା ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ହେବ । ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ଜାଗାରେ ରଥ ଯାତ୍ରା ବନ୍ଦ ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । କରୋନା ଦ୍ୱିତୀୟ ଲହର ଚାଲିଥିବାରୁ ଏଭଳି କଟକଣା କରାଯାଇଥିବା SRC କହିଛନ୍ତି।

ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନି । ତେବେ ଅନ୍ୟ ସ୍ଥାନରେ ମନ୍ଦିର ପରିସରରେ ନୀତିକାନ୍ତି କରାଯାଇପାରିବ। ଗତବର୍ଷ କରୋନା ସଂକ୍ରମଣ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ବ୍ୟତୀତ ରାଜ୍ୟର ଅନ୍ୟ ମନ୍ଦିରରରେ ରଥଯାତ୍ରା ଲାଗି ବାରଣ କରାଯାଇଥିଲା । ତେବେ ଯେଉଁ ସେବାୟତ ମାନେ ଚଳିତ ଥର ରଥ ଯାତ୍ରା ନୀତିକାନ୍ତିରେ ସାମିଲ ହେବ ସେମାନେ ଦୁଇ ଡୋଜ୍ କରୋନା ଟିକା ନେଇଥିବେ । ଗତବର୍ଷ ଭଳି ଚଳି ଥର ମଧ୍ୟ ଯାତାୟାତ କଟକଣା ରହିବ ଏବଂ କର୍ଫ୍ୟୁ ବେଳେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । ତେବେ ଜରୁରୀ କାଳୀନ ପରିସ୍ଥିତିରେ ଯାତାୟାତ ଲାଗି ଜିଲ୍ଲା ପ୍ରଶାସନଙ୍କ ଠାରୁ ଅନୁମତି ନେବାକୁ ପଡିବ ।

ରଥଯାତ୍ରା ସମୟରେ କରୋନା ଗାଇଡ ପାଳନ କରାଯିବ । କରୋନା କଟକଣା ଭିତରେ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ନୀତିକାନ୍ତି କରାଯିବ । ୨ଟି ଡୋଜ କରୋନା ଟିକା ନେଇଥିବା ସେବାୟତମାନେ ଏହି ଯାତ୍ରାରେ ସାମିଲ ହେବେ । ଯଦି ୨ଟି ଡୋଜ ଟିକା ନେଇ ନଥିବେ ତେବେ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ କରୋନା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିବା ଜରୁରୀ । ପୁରୀ ବ୍ୟତୀତ ଅନ୍ୟ ସବୁଠି କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Leave A Reply

Your email address will not be published.