Latest Odisha News

BREAKING NEWS

ଆଉ ୬ଟି ଗେଟ ବନ୍ଦ କଲା ହୀରାକୁଦ, ୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ । ଏବେ ୨ଟି ଗେଟ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ । ବାମ ପାର୍ଶ୍ଵରେ ଗୋଟେ ଓ ଡାହାଣ ପାର୍ଶ୍ଵରେ ଗୋଟେ ଗେଟ ଦେଇ ହେଉଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବା କାରଣରୁ ୬ଟି ସୁଇସ୍ ଗେଟକୁ ବନ୍ଦ କରିଛନ୍ତି ହୀରାକୁଦ କତୃପକ୍ଷ । ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ୮.୨୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ତଳ ମୁଣ୍ଡରେ ୧୦.୭୨ ମିମି ବର୍ଷା ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୭.୪୧ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫୫ ହଜାର ୬୦କ୍ୟୁସିକ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୫୭ ହଜାର ୧୩୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଗତ ବୁଧବାର ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ ବନ୍ଦ ହୋଇଥିଲା । ୪ଟି ଗେଟ ବନ୍ଦ କରାଯିବା ପରେ ୮ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିଲା । ଆଜି ଜଳଭଣ୍ଡାରର ଆଉ ୨ଟି ଗେଟ ବନ୍ଦ କରାଯାଇଛି ।

Leave A Reply

Your email address will not be published.