Latest Odisha News

କରୋନା ମୁକାବିଲା ପାଇଁ ରାଜଧାନୀରେ ହେଲା ଆଉ ୬୦ ଆଇସିୟୁ ବେଡ୍‌ର ବ୍ୟବସ୍ଥା : ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଘରେ ସଙ୍ଗରୋଧରେ ଅଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କମିଶନର କହିଛନ୍ତି ଯେ, ଭୁବନେଶ୍ୱରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗତ ସପ୍ତାହକ ମଧ୍ୟରେ ଏଠାରେ ୬୦ଟି ନୂଆ ଆଇସିୟୁ ବେଡ୍‌ର ବ୍ୟବସ୍ଥା ହୋଇଛି ।

ଭୁବନେଶ୍ୱରରେ ଏ ଯାଏଁ ୧୦ ହଜାର ସଂକ୍ରମିତ ହୋମ ଆଇସୋଲେସନରେ ରହିସାରିଛନ୍ତି । ସେମାନଙ୍କ ମଧ୍ୟରେ ୭ ହଜାର ସୁସ୍ଥ ହୋଇସାରିଛନ୍ତି । ଏସବୁ ତଥ୍ୟକୁ ଦୃଷ୍ଟିରେ ରଖି ସେ କହିଛନ୍ତି ଯେ ରାଜଧାନୀରେ କୋଭିଡ୍ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ।

Leave A Reply

Your email address will not be published.