Latest Odisha News

BREAKING NEWS

ଆସିଲା ବିହାର ନିର୍ବାଚନ ସୂଚୀ: ଜାଣନ୍ତୁ ଜରୁରୀ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛି। ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ୭ ରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୦ ରେ ଫଳାଫଳ ଘୋଷଣା କରାଯିବ।

ବିଶ୍ୱରେ କରୋନା ମହାମାରୀ ମଧ୍ୟରେ ଏହା ଭାରତରେ ହେବାକୁ ଥିବା ପ୍ରଥମ ପ୍ରମୁଖ ନିର୍ବାଚନ ହେବ ।

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଅନୁଯାୟୀ ମତଦାନ ସମୟ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଭିଡ ରୋଗୀ ଏବଂ ସନ୍ଦିଗ୍ଧ ମାମଲାଗୁଡିକ ମତଦାନ ଦିନର ଶେଷ ଘଣ୍ଟାରେ ଭୋଟ୍ ଦେବାକୁ ଅନୁମତି ଦିଆଯିବ ।

Leave A Reply

Your email address will not be published.