Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ବଢ଼ୁଛି ଭୟ । କିନ୍ତୁ ଏହି ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଖୁସିର ଖବର । କାରଣ, ମହାମାରୀରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୪ ଜଣ ଆକ୍ରାନ୍ତ । ମୟୂରଭଞ୍ଜରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧା ଓ ସମ୍ବଲପୁରରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇ ଫେରିଥିବା ବେଳେ, ଅନୁଗୁଳ, ଗଞ୍ଜାମ, ନୂଆପଡ଼ା ଓ ପୁରୀରୁ ୩ ଜଣ ଲେଖାଏଁ, ଗଜପତି, ମାଲକାନଗିରି ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ବରଗଡ଼, କଟକ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୪ ହଜାର ୯୦୨ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.