Latest Odisha News

ଏଣ୍ଟିଲିଆ ଆଗରୁ ଜବତ ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ଜବତ ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର । ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ଏଣ୍ଟିଲିଆ ଆଗରୁ ଜବତ ହୋଇଥିବା ଜିଲେଟିନ ବୋଝେଇ ସ୍କର୍ପିଓର ମାଲିକଙ୍କ ମୃତଦେହ ଆଜି କଲୱା ସମୁଦ୍ରରୁ ଉଦ୍ଧାର ହୋଇଛି । ପୋଲିସର ପ୍ରାଥମିକ ଯାଞ୍ଚରୁ ସମ୍ପୃକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଅନୁମାନ କରୁଛି।

ଏଣ୍ଟିଲିଆ ଆଗରେ ସନ୍ଦିଗ୍ଧ ଛିଡା ହୋଇଥିବା ସ୍କୋରପିଓଟିକୁ ବିକରୋଲୀ ଅଞ୍ଚଳରୁ ଚୋରା ଯାଇଥିବା ଜଣାପଡିଥିଲା । ଏହି ଗାଡିଟି ମନସୁଖ ହିରେନଙ୍କର ବୋଲି ଠାଣେ ଡିସିପିଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ମାମଲାର ତଦନ୍ତ ଆଗକୁ ବଢିବା ପୂର୍ବରୁ ମନସୁଖଙ୍କ ମୃତଦେହ ମିଳିବା ତଦନ୍ତକୁ ନୂଆ ମୋଡ ଦେଇଛି । ତେବେ ଗାଡିରୁ ଜବତ ହୋଇଥିବା ଜିଲୋଟିନ୍‌ ସୈନ୍ୟ ଗ୍ରେଡର ନଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇସାରିଛି ।

ଗତ ଫେବୃଆରୀ ୨୫ ତାରିଖ ଦିନ ମୁକେଶ ଅମ୍ବାନୀଙ୍କ ଘର ଆଗରେ ଏକ ସ୍କୋର୍ପିଓ ଗାଡି ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇଥିବା ନେଇ ପୋଲିସକୁ ଖବର ମିଳିଥିଲା । ସେବେଠାରୁ ଅମ୍ବାନୀଙ୍କ ଘରର ସୁରକ୍ଷା କଡାକଡି କରାଯାଇଛି ।

Leave A Reply

Your email address will not be published.