Latest Odisha News

BREAKING NEWS

ସଂକ୍ରମଣ ଭଳି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ୮୪୦୧ ଜଣ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ପ୍ରତିଦିନ ନୂଆ ନୂଆ ରେକର୍ଡ କରି ଚାଲିଛି । ସେହିଭଳି କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି । ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ୮ ହଜାର ୪୦୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ ୩୧ ହଜାର ୬୫୮କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୧୮୨୫ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୧ ଜଣ, କଟକରୁ ୪୮୧ ଜଣ, ନବରଙ୍ଗପୁରରୁ ୩୪୬ ଜଣ, ଝାରସୁଗୁଡ଼ାରୁ ୩୪୩ ଜଣ, ଅନୁଗୁଳରୁ ୩୨୨ ଜଣ, ମୟୂରଭଞ୍ଜରୁ ୩୦୮ ଜଣ, ସମ୍ବଲପୁରରୁ ୩୦୭ ଜଣ, ନୂଆପଡ଼ାରୁ ୨୯୭ ଜଣ, ପୁରୀରୁ ୨୮୭ ଜଣ, ବରଗଡ଼ରୁ ୨୭୦ ଜଣ, ଯାଜପୁରରୁ ୨୪୦ ଜଣ, ବଲାଙ୍ଗିର ଓ କେନ୍ଦୁଝରରୁ ୨୩୪ ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି ।

ସେହିଭଳି ଗଞ୍ଜାମରୁ ୨୨୨ ଜଣ, ବାଲେଶ୍ୱରରୁ ୨୦୦ ଜଣ, ଗଜପତିରୁ ୧୫୭ ଜଣ, ରାୟଗଡ଼ାରୁ ୧୪୭ ଜଣ, କଳାହାଣ୍ଡିରୁ ୧୨୩ ଜଣ, ନୟାଗଡ଼ରୁ ୧୨୦ ଜଣ, ସୋନପୁରରୁ ୧୧୨ ଜଣ, ଜଗତସିଂହପୁରରୁ ୧୦୯ ଜଣ, ଦେବଗଡ଼ରୁ ୯୬ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, କୋରାପୁଟରୁ ୭୬ ଜଣ, ଭଦ୍ରକରୁ ୬୭ ଜଣ, କନ୍ଧମାଳରୁ ୫୩ ଜଣ, ମାଲକାନଗିରିରୁ ୨୬ ଜଣ, ଢେଙ୍କାନାଳରୁ ୨୫ ଜଣ, ବୌଦ୍ଧରୁ ୨୦ ଜଣ ଏବଂ ଷ୍ଟେଟପୁଲରୁ ୩୩୮ ଜଣ ଆରୋଗ୍ୟ ହୋଇଛନ୍ତି ।

Leave A Reply

Your email address will not be published.