Latest Odisha News

BREAKING NEWS

ସୁରତରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ନାଗପୁରରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର : ସୁରତରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ବସ୍ ମହାରାଷ୍ଟ୍ରର ନାଗପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ପ୍ରାୟ ୫୦ ଜଣ ଲୋକଙ୍କୁ ନେଇ ଆସୁଥିବା ବସଟି ଅମରାବତୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶନିବାର ସୁରତରୁ ଶ୍ରମିକଙ୍କୁ ନେଇ ଗଂଜାମ ଆସୁଥିବା ଏକ କଳିଙ୍ଗାଘାଟି ନିକଟରେ ଓଲଟି ପଡିଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।
ଆଜି ସକାଳେ ଟ୍ରେନ ଯୋଗେ ସୁରତରୁ ପ୍ରାୟ ୧୨୦୦ ଶ୍ରମିକ ଓଡିଶା ପହଞ୍ଚି ସାରିଥିବା ବେଳେ କେରଳରୁ ବାହାରିଥିବା ଆଉ ଏକ ଟ୍ରେନ କିଛି ଘଣ୍ଟା ପରେ ଓଡିଶା ପହଞ୍ଚିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.