Latest Odisha News

BREAKING NEWS

ସୁରଟ ଫେରନ୍ତା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ଛୁଇଁଲା

ଭୁୁବନେଶ୍ୱର: ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଶନିବାର ଦିନ ଚିହ୍ନଟ ହୋଇଥିବା ୨ ଜଣ କରୋନା ପଜିଟିଭ ବ୍ୟକ୍ତି ସୁରଟ ଫେରନ୍ତା।

ଏନେଇ ଟ୍ବିଟ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

 

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁସାରେ ଏହି ୨ ଜଣ ବ୍ୟକ୍ତି ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୧୩ ଓ ୨୨ ବର୍ଷ ବୟସ। ଏମାନେ ନିକଟ ଅତୀତରେ ସୁରଟରୁ ଫେରିଥିଲେ।

ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି । ସେଥିମଧ୍ୟରୁ ୧୦୩ଟି ସକ୍ରିୟ ମାମଲା ରହିଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ଜଣଙ୍କର ମୃତ୍ୟୁ ଘଟିଛି।

 

Leave A Reply

Your email address will not be published.