Latest Odisha News

BREAKING NEWS

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ଟ୍ୱିଟ୍, ବିଜେପିର ବିରୋଧ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁଜରାଟ ଗସ୍ତ ପରେ ତାଙ୍କ ବୟାନକୁ ନେଇ କଂଗ୍ରେସ ବିବାଦ ଛିଡ଼ା କରିଛି । କଂଗ୍ରେସ ନେତା ଉଦିତ୍ ରାଜ ଟ୍ୱିଟ୍ କରି ଲେଖିଛନ୍ତି, ‘ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କୌଣସି ଦେଶକୁ ନ ମିଳୁ । ଚାମଚାଗିରିର ମଧ୍ୟ ଏକ ସୀମା ଅଛି । କହୁଛନ୍ତି ୭୦ ପ୍ରତିଶତ ଲୋକ ଗୁଜରାଟର ଲୁଣ ଖାଉଛନ୍ତି । ନିଜେ ଲୁଣ ଖାଇ ବଞ୍ଚିଲେ ଜଣା ପଡ଼ିବ ।‘

କଂଗ୍ରେସ ନେତା ଉଦିତ ରାଜଙ୍କ ଏଭଳି ବିବାଦୀୟ ଟ୍ୱିଟକୁ ବିଜେପି ଦୁର୍ଭାଗ୍ୟଜନକ କହିଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଉଦିତ ରାଜ ଏଭଳି ଶବ୍ଦ ପ୍ରଥମ ଥର ବ୍ୟବହାର କରି ନାହାଁନ୍ତି । ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଶବ୍ଦର ବ୍ୟବହାର ଉଦିତଙ୍କ ଆଦିବାସୀ ବିରୋଧୀ ମାନସିକତାକୁ ସୂଚାଉଛି ।

ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଗୁଜରାଟ ଗସ୍ତରେ ଯାଇଥିଲେ । ସାବରମତି ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଏକ ସଭାକୁ ସମ୍ବୋଧିତ କରିଥିଲେ । କହିଥିଲେ, ଗୁଜରାଟରେ ଦେଶର ୭୬ ପ୍ରତିଶତ ଲୁଣ ଉତ୍ପାଦନ ହେଉଛି । ଏହା ମଧ୍ୟ କୁହାଯାଇପାରେ ସମସ୍ତ ଦେଶବାସୀ ଗୁଜରାଟର ଲୁଣ ଖାଉଛନ୍ତି ।

ଆଉ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟକୁ ବିବାଦୀୟ କରି କଂଗ୍ରେସ ନେତା ଉଦିତ ରାଜ ଟିପ୍ପଣୀ କରିଛନ୍ତି । ରାଷ୍ଟ୍ରପତିଙ୍କୁ ସମାଲୋଚନା କରି କହିଛନ୍ତି ଏହା କଂଗ୍ରେସ ଦଳର ନୁହଁ ମୋର ନିଜ ମନ୍ତବ୍ୟ । ଏପରିକି ଦେଶର ପ୍ରଥମ ମହିଳା ଆଦିବାସୀ ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାକୁ ନେଇ ଉଦିତ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.