Latest Odisha News

BREAKING NEWS

ଗାଡି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଦାନପଶି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଘଟଘଟିଆ ଗାଁର ମୋହନ ନାୟକ । ମୋହନ ନିଜ ବାଇକ ଯୋଗେ କାମାକ୍ଷାନଗର ଯାଉଥିବା ବେଳେ ବିପରୀତ ପାର୍ଶ୍ଵରୁ ଏକ ଅଜଣା ଗାଡି ଧକ୍କା ଦେଇ ପଳେଇ ଯାଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.