ଭୁବନେଶ୍ୱର: ୨୦୨୪ ନିର୍ବାଚନ ଆଖିରେ ରଖି ଗୋଟି ଚାଳନା କରୁଛି ବିଜେଡି । ଦଳ ପକ୍ଷରୁ ଆଜି ୩୦ଟି ଯାକ ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ୨୫ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବିଜେଡି ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ବାଲେଶ୍ୱର ଦାୟିତ୍ୱରେ ପ୍ରତାପ କେଶରୀ ଦେବ, ବରଗଡ଼ ଦାୟିତ୍ୱରେ ସୁଧୀର କୁମାର ସାମଲ, ଭଦ୍ରକ ଦାୟିତ୍ୱରେ ପ୍ରଣବ ବଳବନ୍ତରାୟ, ସୁଶାନ୍ତ ସିଂହଙ୍କୁ ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି ।
ସେହିଭଳି ଉଷା ଦେବୀଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ ଢେଙ୍କାନାଳ ଓ ଖୋର୍ଦ୍ଧା, ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା, ଅରୁଣ ସାହୁଙ୍କୁ ଜଗତସିଂହପୁର, ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଫୁଲ୍ଲ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ପ୍ରଣବ ଦାସଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ, ଦିବ୍ୟ ଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ନବରଙ୍ଗପୁର ଦାୟିତ୍ୱରେ ଈଶ୍ୱର ପାଣିଗ୍ରାହୀ, ନୟାଗଡ଼ ଦାୟିତ୍ୱରେ ପଦ୍ମନାଭ ବେହେରା, ନୂଆପଡ଼ା ଦାୟିତ୍ୱରେ ଟୁକୁନି ସାହୁ, ପୁରୀ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ବଲପୁର ଦାୟିତ୍ୱରେ ନଳିନୀକାନ୍ତ ପ୍ରଧାନ, ସୁନ୍ଦରଗଡ଼ ଦାୟିତ୍ୱରେ ପ୍ରୀତିରଞ୍ଜନ ଘଡ଼ାଇ, କଳାହାଣ୍ଡି ଦାୟିତ୍ୱରେ ନବ ଦାସ ଦିଆଯାଇଛି ।
ସେହିଭଳି ଗଞ୍ଜାମ ଦାୟିତ୍ୱରେ ପ୍ରଦୀପ ଅମାତ, ବୌଦ୍ଧ ଦାୟିତ୍ୱରେ ସୌଭାଗ୍ୟ ନାୟକ, ଯାଜପୁର ଦାୟିତ୍ୱରେ ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ଦାୟିତ୍ୱରେ ସାରଦା ପ୍ରସାଦ ନାୟକ ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି ।