Latest Odisha News

BREAKING NEWS

ଆଉ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।

ସେ ମଧ୍ୟ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ତାଙ୍କ ସମର୍ଥକ ମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ମୁକେଶ ପାଳ କରଣାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ଅପରାହ୍ନରେ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ।

ରଜନୀକାନ୍ତ ଏବେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କଥା ସୂଚନା ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଦେଇଥିଲେ ।

Leave A Reply

Your email address will not be published.