Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କ ପରେ ଆଉ ଜଣେ ସାଂସଦ ହରାଇଲେ ପଦ, କୋର୍ଟ ଦ୍ୱାରା ହୋଇଥିଲେ ଦଣ୍ଡିତ

ନୂଆଦିଲ୍ଲୀ: ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ସୋମବାର  ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଅଫଜଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଗାଙ୍ଗଷ୍ଟର ଆକ୍ଟ ମାମଲାରେ ଗାଜୀପୁର କୋର୍ଟଙ୍କ ଦ୍ୱାରା ଅଫଜଲଙ୍କୁ ଚାରି ବର୍ଷ ଜେଲଦଣ୍ଡ ଦିଆଯାଇଥିଲା।

ଜନ ପ୍ରତିନିଧି ଆଇନ୍ ଅନୁଯାୟୀ ଅପରାଧିକ ମାମଲାରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୨ ବର୍ଷରୁ ଅଧିକ ଦୋଷୀ ସାବ୍ୟସ୍ତ ହୋଇଥିଲେ ଅଯୋଗ୍ୟ ଘୋଷିତ ହେବେ।

ଏହି ଗ୍ୟାଙ୍ଗଷ୍ଟର ୧୪ ବର୍ଷ ପୁରୁଣା ମାମଲାରେ ମୁଖତାର ଅନସାରୀଙ୍କୁ ୧୦ ବର୍ଷ କାରାଦଣ୍ଡ ଏବଂ ପାଞ୍ଚ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ହୋଇଛି। ନଭେମ୍ବର ୨୦୦୭ରେ ଗାଜିପୁର ଜିଲ୍ଲାର କୋଟୱାଲୀରେ ଗ୍ୟାଙ୍ଗଷ୍ଟର ଚାର୍ଟରେ ଅଫଜାଲ ଅନସାରୀ ଏବଂ ମୁଖତାର ଅନସାରୀଙ୍କୁ ସାମିଲ୍ କରାଯାଇଥିଲା ଏବଂ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଏହାପରେ ସେପ୍ଟେମ୍ବର ୨୩ ୨୦୨୨ରେ ଉଭୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଶନିବାର ଏହି ମାମଲାରେ ମୁଖତାର ଏବଂ ଅଫଜଲ ଅନସାରୀଙ୍କୁ ଦଣ୍ଡିତ କରିଛନ୍ତି। ଗାଜୀପୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିଏସପି ଟିକେଟ୍ ଜିତି ଅଫଜଲ ଅନସାରୀ ଲୋକସଭାରେ ପହଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ, ନିକଟରେ ମାନାହାନୀ ମାମଲାରେ ୨ ବର୍ଷ ପାଇଁ ଜେଲଦଣ୍ଡାଦେଶ ହେବା ପରେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ସାଂସଦ ପଦ ହରାଇଛନ୍ତି।

Leave A Reply

Your email address will not be published.