Latest Odisha News

BREAKING NEWS

ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ: ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀ ଗିରଫ

ବ୍ରହ୍ମପୁର : ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋପାଳପୁର ଅଞ୍ଚଳରେ  । ଘଟଣାରେ ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀଙ୍କୁ ପୋଲିସ ଗିରଫ କରିଛି ।

ବିଭିନ୍ନ ବ୍ୟାଙ୍କ ଏଟିଏମରେ ଟଙ୍କା ଡିପୋଜିଟ୍ କରିବା ପାଇଁ ଦୀପକଙ୍କୁ କମ୍ପାନୀ ଟଙ୍କା ଦେଉଥିଲା । ମାତ୍ର ଦୀପକ ସେହି ଟଙ୍କାକୁ ଡିପୋଜିଟ୍ ନ କରି ଆତ୍ମସାତ୍ କରିଥିବା ନେଇ ସୂଚନା ମିଳିଛି । ବ୍ୟାଙ୍କ ପକ୍ଷରୁ ଅଡିଟ୍ କରାଯାଉଥିବାବେଳେ ଟଙ୍କା ହଡପ ହୋଇଥିବା ଜଣାପଡିଥିଲା ।

Leave A Reply

Your email address will not be published.