Latest Odisha News

BREAKING NEWS

ବାହାଘର ବେଳେ ଯୌତୁକ ମାଗି ଥାନାରେ ଅଟକ ବର

ବଲାଙ୍ଗୀର : ସରିଥିଲା ବାହାଘର । ଆଉ କିଛି ସମୟ ପରେ କନ୍ୟାକୁ ସଙ୍ଗେ ଧରି ଘରକୁ ଫରିଥାନ୍ତା ବର। ହେଲେ ବାହା ବେଦୀରେ ଯୌତୁକ ମାଗି ଅଡ଼ୁଆରେ ପଡ଼ିଲା ବର । ଘରକୁ ଯିବା ପରିବର୍ତ୍ତେ ଥାନାକୁ ଗଲା। ବିବାହର କିଛି ସମୟ ମଧ୍ୟରେ ବିଚ୍ଛେଦ ହେଲା ସମ୍ପର୍କ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହର ଶ୍ରୀରାମ ନଗରରେ ।

ଜଣେ ମୁସଲିମ୍‌ କନ୍ୟାଙ୍କ ସହ ବୁର୍ଲାର ଏମ. ଡି. ଶେଖ ଖୁରେସିଙ୍କର ବିବାହ ହୋଇଥିଲା । ମୁସଲିମ ରୀତିନୀତିରେ ଆରମ୍ଭ ହୋଇଥିଲା ବାହାଘର(ନିକାହ) । କିନ୍ତୁ ବିବାହ ପରେ ସମସ୍ତେ ଭୋଜିର ମଜା ନେଉଥିବା ବେଳେ ବର ଭୋଜି ଖାଇବାକୁ ମନା କରିଥିଲା । ତେବେ କାରଣ ପଚାରିବାରୁ ଯୌତୁକରେ ଗାଡ଼ି ନ ଦେଲେ ସେ ଝିଅକୁ ସାଙ୍ଗରେ ନେବେନି ବୋଲି ସ୍ପଷ୍ଟ ମନା କରିଥିଲେ ବର । ସେପଟେ ଝିଅ ଘର ଲୋକେ ଏଥିପାଇଁ ଏକ ମାସ ସମୟ ମାଗିଥିଲେ । କିନ୍ତୁ ସମୟ ଦେବାକୁ ରାଜି ନଥିଲେ ବର । ଏହାପରେ ଝିଅ ଘର ଲୋକେ ବଲାଙ୍ଗୀର ଟାଉନ ଥାନା ପୋଲିସ ଜିମା ଦେଇଥିଲେ । ବାହା ବେଦୀରୁ ବରକୁ ଉଠାଇ ଆଣିଲା ଟାଉନ ପୋଲିସ ।

ସବୁଠୁ ବଡ଼ କଥା ହେଉଛି ବାହା ପୂର୍ବରୁ କିନ୍ତୁ ବିନା ଯୌତୁକରେ ବାହା ହେବେ ବୋଲି କହିଥିଲା ବର। କିନ୍ତୁ ହଠାତ୍‌ ବାଇକ ମାଗିବାରୁ ଗରିବ ବାପାଙ୍କ ମୁଣ୍ଡରେ ଚଡକ ପଡିଥିଲା। ଯେତେ ନେହୁରା ହେଲେ ମଧ୍ୟ କେହି ଶୁଣିନଥିଲେ । ବାଧ୍ୟ ହୋଇ କନ୍ୟାର ପିତା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.