Latest Odisha News

BREAKING NEWS

୨୦ ବର୍ଷରୁ କମ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ମହିଳା ଭାବେ ୨ ଥର ସ୍ୱର୍ଣ୍ଣ ଜିତିଲେ ଅନ୍ତିମ

ନୂଆଦିଲ୍ଲୀ: ୨୦ ବର୍ଷରୁ କମ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅନ୍ତିମ ପଙ୍ଘଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ଚାମ୍ପିୟନଶିପରେ ୨ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଜୋର୍ଡାନରେ ଖେଳାଯାଉଥିବା ଏହି ଚାମ୍ପିୟନଶିପର ୫୩ କିଗ୍ରା ବିଭାଗର ଫାଇନାଲରେ ସେ ୟୁକ୍ରେନର ମାରିୟା ୟେଫ୍ରେମୋୱାଙ୍କୁ ୪-୦ରେ ହରାଇଥିଲେ । ଗତ ବର୍ଷ ମଧ୍ୟ ସେ ଟାଇଟଲ ହାସଲ କରିଥିଲେ । ୬୨ କିଗ୍ରା ବିଭାଗରେ ସବିତା ମଧ୍ୟ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ସେ ଭେନଜୁଏଲାର ଏ ପାଓଲୋଙ୍କୁ ପରାସ୍ତ କରିଥିଲେ ।

ଅନ୍ତିମ ଏସିଆନ ଗେମ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ବିନା ଟ୍ରାଏଲରେ ଭିନେଶ ଫୋଗଟଙ୍କୁ ଚୟନ କରାଯିବାକୁ ସେ ବିରୋଧ କରିଥିଲେ । ସୂଚନାଯୋଗ୍ୟ, ଟ୍ରାଏଲରେ ସେ ଶୀର୍ଷରେ ରହିଥିଲେ । ଭିନେଶ ପରେ ଆଘାତ ସମସ୍ୟା ;ଯୋଗୁ ଓହରିଯିବା ଫଳରେ ଅନ୍ତିମଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଥିଲା ।

Leave A Reply

Your email address will not be published.