Latest Odisha News

BREAKING NEWS

କ୍ୟାନସରରେ ପୀଡିତ ଥିଲେ ଆନ୍ତର୍ଜାତୀକ ଆଥଲେଟ ଦୂତି ଚାନ୍ଦ

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦ ଷ୍ଟେଜ୍ ଓ୍ବାନ୍ କ୍ୟାନସରରେ ପୀଡିତ ଥିଲେ । ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ମଧ୍ୟ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ସେବନ କରୁଥିଲେ । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହିତ କ୍ୟାନସର ଭଳ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେ ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ତାଙ୍କୁ ଜଣାନଥିଲା ବୋଲି ଡୋପ ଟେଷ୍ଟରେ ବିଫଳ ହୋଇଥିବା ଦୂତି ଚାନ୍ଦ କହିଛନ୍ତି ।

ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବ୍ୟାନ କରାଯାଇଛି । ସେ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତୀୟ କ୍ରୀଡାରେ ଅଂଶଗ୍ରହଣ କରିପାରିବେ ନାହିଁ । ନାଡା ତାଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲା । ଏଥିରେ ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ଦୂତି । ୨୦୨୨ ଡିସେମ୍ବର ୫ ତାରିଖରେ ଦୂତିଙ୍କର ନମୁନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡାରେ ହାସଲ କରିଥିବା ସମସ୍ତ ରେକର୍ଡ , ମେଡାଲ , ପୁରସ୍କାର କୁ ଖାରଜ କରିଛନ୍ତି ନାଡା  ।

୨୦୨୩ ୩ ଜାନୁଆରୀଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି । ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ ବଳବତ୍ତର ରହିବ  ।  ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତି ଆଣ୍ଟି ଡୋପିଂ ଅପିଲ ପ୍ୟାନେଲ ବା ଏଡିଏପି ନିକଟରେ ପୁନଃ ବିଚାର ପାଇଁ ମଧ୍ୟ ଆବେଦନ କରିପାରିବେ ।

Leave A Reply

Your email address will not be published.