ନୂଆଦିଲ୍ଲୀ: ଭାରତ ସରକାର ଧୀରେ ଧୀରେ ପାରମ୍ପରିକ ପେଟ୍ରୋଲ ଏବଂ ଡିଜେଲରୁ ଦୂରେଇ ଯାଇ ଇଥାନଲ୍ ମିଶ୍ରିତ ଇନ୍ଧନ (E20)କୁ ପ୍ରୋତ୍ସାହିତ କରୁଛନ୍ତି। E20 – ୨୦% ଇଥାନଲ୍ ସହିତ ମିଶ୍ରିତ ପେଟ୍ରୋଲ ,ଯାହା ଦେଶ ପାଇଁ ଏକ ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ଇନ୍ଧନ ବୋଲୁ କୁହାଯାଇଛି । ତଥାପି ଏହାର ବ୍ୟବହାର ସମ୍ପର୍କରେ ବିଭିନ୍ନ ଗୁଜବ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ସମ୍ପ୍ରତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ପିମ୍ପୁଡ଼ିମାନେ ଏକ କାରର ଫ୍ୟୁଲ ଫିଲର କ୍ୟାପ୍ (fuel filler cap)ଚାରିପାଖରେ ଅଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ ଏହା E20 ପେଟ୍ରୋଲ୍ ଯୋଗୁଁ ହୋଇଛି। ସେହି କ୍ଲିପ୍ରେ ଫିଲର କ୍ୟାପ୍ ଉପରେ ଏକ E20 ଷ୍ଟିକର ମଧ୍ୟ ଦୃଶ୍ୟମାନ ହୋଇଥିଲା, ଯାହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ସେୟାର ହୋଇଥିଲା ଏବଂ ଅନେକ ବ୍ୟବହାରକାରୀ ଏହାକୁ ସତ୍ୟ ବୋଲି ବିଶ୍ୱାସ କରିଥିଲେ।
BPCL has examined the claims circulating on social media regarding ants congregating around vehicle fuel filler caps and their alleged association with E20 petrol.
Fuel-grade ethanol used for petrol blending is produced through fermentation and distillation processes that… pic.twitter.com/1qED7xBBhe
— Bharat Petroleum (@BPCLimited) June 17, 2026
କିନ୍ତୁ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (BPCL) ଏବେ ଏହି ବିଷୟରେ ଏକ ସ୍ପଷ୍ଟୀକରଣ ଜାରି କରିଛି। କମ୍ପାନୀ ଏହି ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରାମକ ବୋଲି ଖାରଜ କରିଛି। BPCL ଅନୁଯାୟୀ, ଇନ୍ଧନରେ ବ୍ୟବହୃତ ଇଥାନଲ୍ ଅନେକ ବିଶୋଧନ ପ୍ରକ୍ରିୟା ଦେଇ ଗତି କରେ। ଏହାକୁ ସମ୍ପୂର୍ଣ୍ଣ ବିଶୁଦ୍ଧ କରିବା ପାଇଁ fermentation ଏବଂ distillation ଭଳି ପ୍ରକ୍ରିୟା ବ୍ୟବହାର କରାଯାଏ। ଏହି ପ୍ରକ୍ରିୟାରେ, ଚିନି ଭଳି ଉପାଦାନ – ଯାହା ପିମ୍ପୁଡ଼ିମାନଙ୍କୁ ଆକର୍ଷିତ କରିପାରେ – ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯାଏ।
ଏହା ବ୍ୟତୀତ, ପେଟ୍ରୋଲ ସହିତ ମିଶ୍ରିତ ଇଥାନଲକୁ Denaturant କରାଯାଇଥାଏ – ଅର୍ଥାତ୍ ଏଥିରେ ଏପରି ପଦାର୍ଥ ମିଶାଯାଏ ଯାହା କୀଟପତଙ୍ଗକୁ ଘଉଡ଼ାଏ। କମ୍ପାନୀ ଏହା ମଧ୍ୟ କହିଛି ଯେ E20 ପେଟ୍ରୋଲରେ ସାଧାରଣ ପେଟ୍ରୋଲ ପରି ସମାନ ଗନ୍ଧ ଅଛି, ତେଣୁ ଏହା କୌଣସି ଅସ୍ୱାଭାବିକ ଆକର୍ଷଣ ସୃଷ୍ଟି କରେ ନାହିଁ।
BPCL ଅନୁଯାୟୀ, E20 ଇନ୍ଧନ ସହିତ ଜଡିତ କୌଣସି ବୈଜ୍ଞାନିକ କାରଣ ନାହିଁ ଯାହା ଦ୍ଵାରା ପିମ୍ପୁଡ଼ିମାନେ ଯାନର ଫ୍ୟୁଲ ଫିଲର କ୍ୟାପ୍ ଚାରିପାଖରେ ଏକାଠି ହେବେ। କମ୍ପାନୀ ସ୍ପଷ୍ଟ ଭାବରେ କହିଛି ଯେ ସୋସିଆଲ ମିଡିଆରେ ପ୍ରସାରିତ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। E20 ପେଟ୍ରୋଲ ମୂଳତଃ ୨୦% ଇଥାନଲ୍ ଏବଂ ୮୦% ପେଟ୍ରୋଲର ମିଶ୍ରଣ; ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବା ଏବଂ ପ୍ରଦୂଷଣ ରୋକିବା ଲକ୍ଷ୍ୟରେ ଏହାକୁ ପ୍ରୋତ୍ସାହିତ କରାଯାଉଛି।
ଏହି ଇନ୍ଧନ କାର୍ବନ ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ପରିବେଶ ପାଇଁ ଏହାକୁ ଭଲ ବୋଲି କୁହାଯାଉଛି । ଆଜିକାଲି, ଅନେକ ନୂତନ ଯାନ E20 ଇନ୍ଧନ ସହିତ ସୁସଙ୍ଗତ ହେବା ପାଇଁ ଡିଜାଇନ୍ କରାଯାଉଛି । ପୁରୁଣା ଯାନରେ ଏହାକୁ ବ୍ୟବହାର କରିବା ଦ୍ୱାରା ମାଇଲେଜ୍ ଟିକିଏ ପ୍ରଭାବିତ ହୋଇପାରେ। କିନ୍ତୁ ଏହି ପରିବର୍ତ୍ତନ ଦୈନନ୍ଦିନ ବ୍ୟବହାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣେ ନାହିଁ।
