Latest Odisha News

BREAKING NEWS

ପ୍ରଥମଥର ପାଇଁ ତାଳଚେରରେ “ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର” ରନୱେ

ତାଳଚେର : ସାରା ଓଡ଼ିଶାରେ ଏକ ଦଂଶନ୍ଧି ଧରି ସାଇନିଂ ରକର୍ସ ଏକାଡେମୀ ପକ୍ଷରୁ ବିଭିନ୍ନ ପ୍ରକାରର ରନୱେ ଏବଂ ଫେସନ୍ ସୋ କରାଯାଉଛି  । ଚଳିତବର୍ଷ ପ୍ରଥମଥର ପାଇଁ ତାଳଚେରରେ “ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର” ରନୱେ ପଞ୍ଚାୟତ ସଭାଘରେ ଅନୁଷ୍ଠିତ ହୋଇଯାଇଛି ।  ଏହି ରନୱେରେ ତାଳଚେର, ଅନୁଗୁଳ ସମେତ ସାରା ଓଡ଼ିଶାରୁ ମଡେ଼ଲ ମାନେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ଦେବାଂଶୀ ବାରିକ୍ ଙ୍କ ଓଡ଼ିଶୀ ନୃତ୍ୟ ରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ  ।  

ସମାଜସେବୀ ଆଶିଷ ଅଗ୍ରୱାଲ, ଆଇଡ୍ରିମ୍ କଲେଜର ନିର୍ଦ୍ଦେଶକ ଦିପ୍ତିରଞ୍ଜନ ବିଶ୍ଵାଳ ଏବଂ ସାଇନିଂ ରକର୍ସ ଏକାଡେମୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଲିନା ବିଶ୍ଵାଳ ପ୍ରମୂଖ ଏଥିରେ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ ଏବଂ ସମ୍ମାନିତ କରିଯାଇଥିଲା । ପରେ ପରେ ଅବିକା ହ୍ୟାଣ୍ଡଲୁମ୍ ଦ୍ୱାରା ପ୍ରସ୍ତୁତ ଓଡ଼ିଶା ହସ୍ତତନ୍ତ ଡିଜାଇନରସ୍ ପିନ୍ଧି ମଡେ଼ଲମାନେ ୱାକ୍ କରିଥିଲେ । ମଡେ଼ଲ ମାନଙ୍କ ସହିତ ଅବିକାର ନିର୍ଦ୍ଦେଶକ ଡିଜାଇନର ଅବିନାଶ ସାହୁ ନିଜେ ମଧ୍ୟ ୱାକ୍ କରିଥିଲେ । ତାପରେ ସାଇନିଂ ରକର୍ସ ଏକାଡେମୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଲିନା ବିଶ୍ଵାଳ, ବର୍ଣାଳୀ ରାଉତ ଏବଂ ପ୍ରବିଣ ଚଢ଼ା ମଧ୍ୟ ଓଡ଼ିଶା ହସ୍ତତନ୍ତ ଡିଜାଇନରସ୍ ପିନ୍ଧି ୱାକ୍ କରିଥିଲେ ।

Leave A Reply

Your email address will not be published.