Latest Odisha News

BREAKING NEWS

ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ସାବ୍ୟସ୍ତ; ଜାଣନ୍ତୁ ଏହି ୬ଟି ଜିଲ୍ଲାକୁ ରହିଛି ୟେଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର: ଆଜି ମଧ୍ୟ ଅସହ୍ୟ ଗୁଳଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ଆଜି ରାଜ୍ୟର ୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବୁଧବାର ଦିନ ଅନୁଗୁଳ ସହର ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି । ଆଜି ଅନୁଗୁଳର ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି ।

ଆଗାମୀ ୩ ଦିନ ଧରି ରାଜ୍ୟରେ ଗ୍ରଷ୍ମ ପ୍ରବାହ ଜାରି ରହିବ, ତେଣୁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅଧିକ ପଢନ୍ତୁ: ୪ ଦିନ ହେବ ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ !

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପାଣିପାଗ ବିଶେଷ ପରିବର୍ତ୍ତନ ହେବନାହିଁ । ଉତ୍ତାପ ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଯେଉଁ ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଯେହିସବୁ ଜିଲ୍ଲାଗୁଡ଼ିକ ହେଲା – କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲା ।

ବୁଧବାର ଦିନ ଅନୁଗୁଳ ସହର ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି । ଆଜି ଅନୁଗୁଳର ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଅନୁଗୁଳ ସମେତ ରାଜ୍ୟର ୧୪ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ରେକର୍ଡ଼ କରାଯାଇଛି – ଅନୁଗୁଳ (୪୩.୭), ଟିଟିଲାଗଡ଼ (୪୩.୦), ବୌଦ୍ଧ (୪୨.୮), ହିରାକୁଦ (୪୨.୫), ବଲାଙ୍ଗୀର (୪୨.୫), ତାଳଚେର (୪୨.୫), ସୋନପୁର (୪୨.୪), ଝାରସୁଗୁଡ଼ା (୪୨.୨), ଭବାନୀପାଟଣା (୪୨.୦), ମାଲକାନଗିରି (୪୧.୧), ଫୁଲବାଣୀ (୪୦.୪), ପାରଳାଖେମୁଣ୍ଡି (୪୦.୦) ଏବଂ ସୁନ୍ଦରଗଡ଼ (୪୦.୦) ଡିଗ୍ରୀ ସେଲସିୟସ୍ ଦିନର ସର୍ବାଧିକ ତାପମାତ୍ରା ଭାବେ ରେକର୍ଡ଼ କରାଯାଇଛି ।

Comments are closed.