Latest Odisha News

BREAKING NEWS

ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର: ସତର୍କ ରୁହନ୍ତୁ । କରୋନା ଯାଇନି । ଲକଡାଉନ୍ ଉଠିଗଲା ମାନେ ନାର୍ହି ଯେ, କରୋନା ଚାଲିଗଲା । ସାମାଜିକ ବ୍ୟବଧାନ ଓ ମାସ୍କ ପିନ୍ଧିବା ନେଇ ହୋଇଥିବା ବୈଠକରେ ଆଜି କିଛି ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ସେ କହିଛନ୍ତି, ଲକଡାଉନ କୋହଳ ହେବା ପରେ ଲୋକେ ଆଉ କରୋନା ନିୟମ ମାନୁ ନାହାନ୍ତି । ଅନେକ ଲୋକ ମାସ୍କ ପିନ୍ଧୁ ନାହାନ୍ତି, ସାମାଜିକ ଦୂରତା ମାନୁ ନାହାନ୍ତି । ବିନା ମାସ୍କରେ ଗାଡିରେ ବୁଲୁଛନ୍ତି ପୋଲିସକୁ ଦେଖିଲେ ନାକ ଉପରକୁ ମାସ୍କ ଉଠାଇ ଦେଉଛନ୍ତି । ସବୁ ବେଳେ, ସବୁ ସ୍ଥାନରେ ପୋଲିସ ନିୟମକୁ କାର‌୍ୟ୍ୟକାରୀ ପାଇଁ ଜଗିବା ସମ୍ଭବ ନୁହେଁ । ଲୋକେ ନିଜେ ସଚେତନ ହେବା ଦରକାର । ତେଣୁ ସମସ୍ତେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ବୋଲି ପୋଲିସ କମିଶନର କହିଛନ୍ତି ।

ଦିନକୁ ପାଖାପାଖି ୫୦୦ରୁ ଅଧିକ ଲୋକଙ୍କ ଠାରୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧୁନଥିବା ନେଇ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜରିମାନା ଆଦାୟ କରାଯାଉଛି । ତେବେ ଲୋକେ ନିୟମ ମାନୁ ନଥିବାରୁ ଆଗାମୀ ଦିନରେ ଆଇନ କଡାକଡି ହେବ । ଏନେଇ ଆଜି ସବୁ ପୋଲିସ ଷ୍ଟେସନ ଏବଂ ଥାନାଥିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ସିପି କହିଛନ୍ତି ।

ଏଠି ସେଠି ଛେପ ନପକାଇବା, ପାନ ନଖାଇବା, ସାମାଜିକ ଦୂରତା, ମାସ୍କ ପିନ୍ଧିବା ନେଇ ବଜାରରେ ମାଇକ ଯୋଗେ ପ୍ରଚାର ହେବ । ଯଦି ଏସବୁ ପରେ ମଧ୍ୟ ନିୟମ ମାନୁ ନଥିବା ଲୋକଙ୍କ ଉପରେ କଡା କାର‌୍ୟ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର କହିଛନ୍ତି ।

Leave A Reply

Your email address will not be published.