ଅନୁଗୋଳ: ରୋଗୀର ମୃତ୍ୟୁ ପରେ ଉତକ୍ଷୀପ୍ତ ହୋଇ ବରିଷ୍ଠ ଡାକ୍ତରଙ୍କୁ ହସ୍ପିଟାଲ ପରିସରରେ ନିସ୍ତୁକ ମାଡ ମାରିଲେ ସଂପର୍କୀୟ । ତାଳଚେର ମଣ୍ଡାପାଳ ସରକାରୀ ହସ୍ପିଟାଲରେ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁୁ ମାଡ ହୋଇଥିବା ଅଭିଯୋଗ ହୋଇଛି ।
ଡାକ୍ତର ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ପାଖାପାଖି କିଛି ଲୋକ ଅମୂଲ୍ୟା ସିଂ ନାମକ ଜଣେ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ । ଏହି ସମୟରେ ଡାକ୍ତର ପ୍ରସାଦ ଓ ଡାକ୍ତର ମଧୁସ୍ମୀତା ସାହୁ ଡ୍ୟୁଟିରେ ଥିଲେ ।
ଡାକ୍ତର ମଧୁସ୍ମୀତା ଅମୂଲ୍ୟାଙ୍କୁ କିଛି ପଚାରି ବୁଝିବା ପୂର୍ବରୁ ହିଁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ମୃତ ମହିଳାଙ୍କ ସଂପର୍କୀୟମାନେ କାର୍ଯ୍ୟରତ ମହିଳା ଡାକ୍ତର ମଧୁସ୍ମୀତାଙ୍କୁ ବାଦ ଦେଇ ବରିଷ୍ଠ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁ ନିସ୍ତୁକ ମାଡ ମାରିଥିଲେ ।
ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ଛାନ୍ଭିନ୍ରୁ ଜଣାପଡିଥିଲା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟମାନେ ମୃତଦେହକୁ ବିନା ପୋଷ୍ଟମୋର୍ଟମରେ ବାହାରକୁ ଧରି ଚାଲିଯାଇଥିଲେ ।
ଏଠି ପ୍ରଶ୍ନ ଉଠୁଛି ଯଦି ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ସଂପର୍କୀୟମାନେ ତରବରିଆ ଭାବେ ମୃତଦେହକୁ କାହିଁକି ହସ୍ପିଟାଲ ପରିସରରୁ ବାହାରକୁ ନେଇ ଚାଲିଯାଇଥିଲେ ।
Comments are closed.