Latest Odisha News

BREAKING NEWS

ସୋସିଆଲ୍ ମିଡ଼ିଆରେ କରୋନା ଗୁଜବ ପ୍ରଚାର କରି ଜେଲ୍ ଗଲେ ଯୁବକ

ଯାଜପୁର: ସୋସିଆଲ୍ ମିଡ଼ିଆରେ ଓଡ଼ିଶାର କରୋନା ଭୂତାଣୁ ସମ୍ପର୍କିତ ମିଥ୍ୟା ଅପପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲାର ଜଣେ ୩୯ ବର୍ଷ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ଗିରଫ ଯୁବକ ଜଣକ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସମୀର କୁମାର ରାଉତ ବୋଲି ଜଣାପଡ଼ିଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଧର୍ମଶାଳା ଅଞ୍ଚଳର ଜଣେ ଦୁବାଇ ଫେରନ୍ତା ବ୍ୟକ୍ତି କରୋନା ଭୂତାଣୁ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଏକ ମିଛ ଖବର ସୋସିଆଲ୍ ମିଡ଼ିଆରେ ପ୍ରଚାର କରିଥିଲେ । ଏପରିକି ସେ ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରଚାର କରି ଲେଖିଥିଲେ ଯେ, ସେହି ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ଜଣେ ସମାଜକର୍ମୀଙ୍କ ନଜରକୁ ଏହି ଗୁଜବ ଖବର ଆସିବା ପରେ ସେ ତୁରନ୍ତ ପୋଲିସକୁ ଏସମ୍ପର୍କରେ ଜଣାଇଥିଲେ । ପୋଲିସ ଏନେଇ ଛାନଭିନ୍ନ କରିବା ପରେ ଏହା ଏକ ମିଛ ଖବର ବୋଲି ଜାଣିବାକୁ ପାଇଥିଲା ।

“ଆମେ ଜାଣିବାକୁ ପାଇଥିଲୁ ଯେ, ଏହା ଏକ ଗୁଜବ । ଭାରତୀୟ ପିଙ୍ଗଳ ଧାରା ଅନୁଯାୟୀ ଅଭିଯୁକ୍ତ ସମୀରକୁ ଗିରଫ କରାଯାଇଛି ।” ଏହା କହିଛନ୍ତି ଧର୍ମଶାଳା ଥାନାର ଭାରପ୍ରାପ୍ତ ଅଧିକାରୀ ସରୋଜ କୁମାର ସାହୁ ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଅଭିଯୁକ୍ତ ଜଣକଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.