ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା କରିବାକୁ ଯାଉଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ନିଜେ ଦେବେ । ଇତି ମଧ୍ୟରେ ଅନୁପମ ଖେରଙ୍କ ରୋଲ ସମ୍ପର୍କରେ ମଧ୍ୟ ସେ ଖୁଲାସା କରିଛନ୍ତି । ଅନୁପମଙ୍କୁ ଗୁରୁତ୍ୱପୂର୍ଣ୍ଣ ଜୟପ୍ରକାଶ ନାରାୟଣଙ୍କ ଭୂମିକା ପ୍ରଦାନ କରାଯାଇଛି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଛଡା ଯାଇଛି । ଫଟୋରେ କଙ୍ଗନା ଲେଖିଛନ୍ତି ଅନ୍ଧକାର ଅଛି ତ ଆଲୋକ ଅଛି, ଇନ୍ଦିରା ଅଛନ୍ତି ତ ଜୟପ୍ରକାଶ ରହିବେ । ଅନୁପମ ମଧ୍ୟ ତାଙ୍କ ଭୂମିକା ନେଇ ବେଶ ଖୁସି ଅଛନ୍ତି । ଜୟପ୍ରକାଶଙ୍କ ଭୂମିକା ମିଳିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ମେକର୍ସଙ୍କୁ ଧନ୍ୟବାଦ ଜଣାଉଛି । ଏହା ମୋ କ୍ୟାରିୟରର ୫୨୭ତମ ଫିଲ୍ମ ହେବାକୁ ଯାଉଛି । କଙ୍ଗନାଙ୍କ ଏର୍ମଜେନ୍ସି ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଚର୍ଚ୍ଚିତ ହୋଇ ପଡିଛି ।
BREAKING NEWS
- Court Summons Rahul Gandhi: ଅମିତ ଶାହଙ୍କୁ ହତ୍ୟାକାରୀ କହିବା ପ୍ରସଙ୍ଗ, ୧୯ରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ସମନ କଲେ କୋର୍ଟ…
- Steve Smith: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ଙ୍କ ବିସ୍ଫୋରକ ପ୍ରଦର୍ଶନ! ଭାଙ୍ଗିଲେ ୯୬ ବର୍ଷର ପୁରୁଣା ଆଶେସ୍ ରେକର୍ଡ
- Venezuela Security Officers: ଭେନେଜୁଏଲାର ୨୪ ସୁରକ୍ଷା ଅଧିକାରୀ ନିହତ!
- US To Buy Venezuela Oil: ଟ୍ରମ୍ପଙ୍କ ବଡ଼ ଘୋଷଣା: ଭେନେଜୁଏଲାର ତେଲ କିଣିବ ଆମେରିକା
- Odisha Cold Wave: ରାଜଧାନୀରେ ହାଡ଼ ଭଙ୍ଗା ଜାଡ଼, ସବୁଠି ପାରଦ ତଳମୁହାଁ
- Bulldozer Action: ମଧ୍ୟରାତ୍ରିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ପଥର ମାଡରେ ୫ ପୋଲିସ କର୍ମଚାରୀ ଆହତ
- Flights Cancelled: କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
Comments are closed.