Latest Odisha News

BREAKING NEWS

ହିଞ୍ଜିଳିକାଟୁ ତହସିଲରେ ଲାଞ୍ଚ କାରବାର; ବରିଷ୍ଠ ରାଜସ୍ୱ ସହାୟକ ଗିରଫ

ବ୍ରହ୍ମପୁର: ଜମି ବିବାଦ ସମାଧାନ କରି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବରିଷ୍ଠ ରାଜସ୍ୱ ସହାୟକ ଗିରଫ ହୋଇଛନ୍ତି । ହିଞ୍ଜିଳିକାଟୁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ୟୁନିଟ ତାଙ୍କୁ ଧରିଛି ।

BjdElectrycity

ପୂର୍ବତନ ସେନା କର୍ମଚାରୀଙ୍କୁ ଦୀର୍ଘ ଦିନର ଜମି ବିବାଦ ସମାଧାନ କରି ପଟ୍ଟା କରାଇଦେବେ ବୋଲି କହିଥିଲେ ଏନ. ଜଗଦୀଶ ରାଓ । କିନ୍ତୁ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦରକାର । ଏନେଇ ଭିଜିଲାନ୍ସରେ ପୂର୍ବତନ ସେନା କର୍ମଚାରୀ ଅଭିଯୋଗ କରିଥିଲେ ।

ଶୁକ୍ରବାର ଅପରାହ୍ନ ୨.୪୫ ସମୟରେ ଏନ. ଜଗଦୀଶ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ପିସି ଆକ୍ଟ- ୭ ଅନୁସାରେ କେସ ନଂ- ୧୧ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ।

Leave A Reply

Your email address will not be published.