Latest Odisha News

ବର୍ଷକୁ କେତେ ଆୟ କରନ୍ତି ପାୱାର କପଲ୍ ବିରାଟ୍ ଓ ଅନୁଷ୍କା ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ବହୁଚର୍ଚ୍ଚିତ ଦମ୍ପତ୍ତି ତାଲିକାରେ ସାମିଲ ଅଛନ୍ତି ବିରାଟ ଓ ଅନୁଷ୍କା । ଜଣେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀ ତ ଆଉ ଜଣେ ବିଶ୍ୱ କ୍ରିକେଟର ଅଭିନ୍ନ ଅଙ୍ଗ । ନିଜନିଜ କ୍ଷେତ୍ରରେ ଦୁହିଁଙ୍କ ଭୂମିକା ହିଁ ତାଙ୍କୁ ପାୱାର୍ କପଲ୍‌ର ଆଖ୍ୟା ଦେଇଛି ।

ଚଳିତବର୍ଷ ଅଗଷ୍ଟରେ ଅନୁଷ୍କା ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା । ଜାନୁଆରୀ ମାସରେ ବିରାଟ ବାପା ହେବାକୁ ଯାଉଛନ୍ତି । ଦୁହେଁ ଖୁବଶୀଘ୍ର ଜୀବନର ଏକ ନୂଆ ସୋପାନରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ସେମାନଙ୍କ ସମ୍ପତ୍ତିର ବିବରଣୀ ଅନେକଙ୍କୁ ଚକିତ କରିଛି । ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଜାନୁଆରୀ ମାସ ସୁଦ୍ଧା ବିରାଟ ଓ ଅନୁଷ୍କାଙ୍କ ମିଳିତ ସମ୍ପତ୍ତିର ପରିମାଣ ୧୨୦୦ କୋଟି ଟଙ୍କାରୁ ଅଧିକ ରହିଥିଲା ।

ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ରେ ବିରାଟ୍ ସବୁଠୁ ଅଧିକ ଫିସ୍ ପାଉଥିବା ଖେଳାଳି । ତା ଛଡା ଏକାଧିକ ବ୍ରାଣ୍ଡର ଏଣ୍ଡୋର୍ସମେଣ୍ଟ ସହ ତାଙ୍କ ନାଁରେ ଦୁଇଟି ରେଷ୍ଟୁରାଣ୍ଟ ମଧ୍ୟ ରହିଛି । ୨୦୧୯ର ଫୋର୍ବସ୍ ତାଲିକାରେ ୨୫୨.୭୨ କୋଟି ଟଙ୍କା ଆୟ ସହ ବିରାଟ ଶୀର୍ଷ ସ୍ଥାନରେ ରହିଥିଲେ । ତେବେ ଚଳିତବର୍ଷ ତାଙ୍କ ଆୟ ୧୦୦୦ କୋଟିରୁ ଅଧିକ ରହିଛି ।

ଅନ୍ୟପଟେ ୨୦୧୯ ଫୋର୍ବସ ତାଲିକାରେ ଅନୁଷ୍କାଙ୍କ ସ୍ଥାନ ବହୁ ତଳେ ଥିଲେ ବି ତାଙ୍କ ସମୁଦାୟ ଆୟର ପରିମାଣ ୩୫୦ କୋଟି ରହିଥିଲା । ଶେଷଥର ପାଇଁ ଏହି ଅଭିନେତ୍ରୀଙ୍କୁ ୨୦୧୮ରେ ଫିଲ୍ମ ଜିରୋରେ ଦେଖିବାକୁ ମିଳିଥିଲା । ଅନୁଷ୍କାଙ୍କ ନାଁରେ ନୁସ୍ ନାମକ ଏକ ଫ୍ୟାଶନ ବ୍ରାଣ୍ଡର ମାଲିକାନା ଥିବାବେଳେ ନିଜ ପ୍ରଡକ୍ସନ ହାଉସ୍ ଜରିଆରେ ସେ ବେଶ ଭଲ ଇନ୍‌କମ୍ କରିଥାନ୍ତି ।

Leave A Reply

Your email address will not be published.