Latest Odisha News

୫-ଟି ସଂକ୍ରାନ୍ତରେ ଅବଗତ ନୁହନ୍ତି ଅପରାଜିତା: ବିଜେଡି

ଭୁବନେଶ୍ୱର: ଓଡିଶା ସରକାରଙ୍କ ୫-ଟି ସଂକ୍ରାନ୍ତରେ ସାଂସଦ ଅପରାଜିତା ଷଡଙ୍ଗୀ ଅବଗତ ନୁହନ୍ତି । ଯୋଜନା ସଂକ୍ରାନ୍ତରେ ତାଙ୍କର ସାମାନ୍ୟ ଧାରଣା ଥିଲେ ସିଏ ଏହାକୁ ରାଜନୀତିକରଣ କରୁନଥାନ୍ତେ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ୫-ଟି ସଂକ୍ରାନ୍ତରେ ଅପରାଜିତା ଦେଇଥିବା ମନ୍ତବ୍ୟର ଜବାବ ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଷଡଙ୍ଗୀ ବୋଧେ ଅବଗତ ନାହାନ୍ତି ଯେ ୫-ଟି ଦ୍ୱାରା ଓଡିଶାବାସୀଙ୍କୁ ତାଙ୍କ ମର୍ଯ୍ୟାଦାପୂର୍ଣ୍ଣ ସହାୟତା ଦେବାରେ ଏକ ଅଭିନବ କାର୍ଯ୍ୟ ।

ସରକାରୀ ବ୍ୟବସ୍ଥାକୁ ବୃହତ ପରିବର୍ତ୍ତନ କରି ଲୋକାଭିମୁଖୀ କରିବାରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ୫-ଟି ଏକ ବିଭାଗ ନୁହେଁ ବରଂ ଏହା ପ୍ରତ୍ୟେକ ବିଭାଗକୁ ଆହୁରି ଲୋକାଭିମୁଖୀ ହୋଇ ଉତ୍ତମ ମାନର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାପାଇଁ ଏକ ବ୍ୟବସ୍ଥା ମାଧ୍ୟମରେ ଦିଗ, ଦିଶା ଓ ଆଭିମୁଖ୍ୟ ଦେଉଛି ।

ଏହା ଆଶ୍ଚର୍ଯ୍ୟର ବିଷୟ ଯେ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହୁଛନ୍ତି ଏଥିରେ କିଛି ନୂତନତ୍ୱ ନାହିଁ । ଯଦି ନାହିଁ, ତେବେ ସେ ସ୍ପଷ୍ଟ କରିବା ଦରକାର ଯେ ବିଜେପି ଶାସିତ କେଉଁ ରାଜ୍ୟ ମାନଙ୍କରେ ଏହା କାର୍ଯ୍ୟକାରୀ ହୋଇଛି ଏବଂ ଯେହେତୁ ସେ ଓଡିଶାର ଜଣେ ପ୍ରଶାସକ ଥିଲେ ତାଙ୍କ କାର୍ଯ୍ୟକାଳରେ ୫-ଟି କେଉଁଠି ଓ କି ପ୍ରକାର ଭାବରେ କାର୍ଯ୍ୟକାରୀ କରିଥିଲେ । ଯଦି କାର୍ଯ୍ୟକାରୀ କରିଥିଲେ ତେବେ ଆଜି ପର୍ଯ୍ୟନ୍ତ ୫-ଟି ବିଷୟରେ ନିରବ କାହିଁକି ଥିଲେ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।

୫-ଟି ଓ ମୋ ସରକାର ଓଡିଶାରେ ଏକ ବିଶାଳ ପରିବର୍ତ୍ତନ ଆଣିବା ସହିତ ରାଜ୍ୟବାସୀଙ୍କ ସହାୟକ ହେଉଛି । ଏହାକୁ ନେଇ ଜନସାଧାରଣ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି ଓ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରୁଛନ୍ତି । ଏହି ସମୟରେ ଶ୍ରୀମତୀ ଷଡଙ୍ଗୀଙ୍କ ଦ୍ୱାରା ଏକ ପ୍ରଶାସନିକ କାର୍ଯ୍ୟକୁ ରାଜନୈତିକ ଦିଗ ଦେବା ଓ ସମାଲୋଚନା କରିବା ଦର୍ଶାଉଛି ଯେ ସେ ୫-ଟି ର ପ୍ରଶଂସନୀୟ କାର୍ଯ୍ୟକୁ ଗୌଣ କରିବାକୁ ଅପଚେଷ୍ଟା କରୁଛନ୍ତି ଓ ଲୋକଙ୍କ କଲ୍ୟାଣ ବିଷୟରେ ମନଯୋଗୀ ନ ହୋଇ ୫-ଟିକୁ ରାଜନୀତିକରଣ କରିବାକୁ ଅଧିକ ମନଯୋଗୀ ଅଛନ୍ତି । ଏହା ତାଙ୍କ ଠାରୁ ଆଶା କରାଯାଏ ନାହିଁ ।

Leave A Reply

Your email address will not be published.