Latest Odisha News

BREAKING NEWS

ନିର୍ବାଚନୀ ସଫଳତା ନେଇ ଅନ୍ଧାରି ବିଜେ କରୁଛନ୍ତି ରାଜ୍ୟ ସରକାର: ଅପରାଜିତା

ଭୁବନେଶ୍ବର: ଆଜି ପ୍ରେସ ମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ବିଜେଡି ସୁପ୍ରିମୋ ଏବଂ ଭିକେ ପାଣ୍ଡିଆନଙ୍କ ନାଁ ନନେଇ ଖୁବ୍ ବର୍ଷିଛନ୍ତି । ପୁଣି ଥରେ ଉଠାଇଛନ୍ତି ଓଡ଼ିଆ ଅସ୍ମିତାର କଥା । ବଡ଼ ବାବୁ ଏବଂ ସାନ ବାବୁ ପ୍ରସଙ୍ଗ ଉଠାଇ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବଡବାବୁଙ୍କୁ ଶାସନରୁ ଦୂରେଇ ଦେଇଛନ୍ତି ସାନବାବୁ । ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି। ସେ କହିଛନ୍ତି ଓଡ଼ିଶାକୁ ସୁସ୍ଥ ସବଳ ଯୁବକ ମୁଖ୍ୟମନ୍ତ୍ରୀ ଦରକାର । ଜଣେ ସାନ ବାବୁ ବଡ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି ।

ସେ କହିଛନ୍ତି,୨୪ ବର୍ଷ ହେଲା ରାଜ୍ୟରେ ଏକ ନିଷ୍କ୍ରିୟ ସରକାର ଚାଲିଛି । ରାଜ୍ୟ ସରକାର ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା । ମୁଖ୍ୟମନ୍ତ୍ରୀ କରୋନା ପରଠାରୁ ଆଉ ଦିଶୁନାହାନ୍ତି କି ସଚିବାଳୟ ମଧ୍ୟ ଯାଉ ନାହାନ୍ତି। ସାମ୍ବାଦିକଙ୍କୁ କାହିଁକି ସଚିବାଳୟ ଛଡାଯାଉନି କହି ପ୍ରଶ୍ନ କଲେ ସାଂସଦ ଅପରାଜିତା । ମୁ ଅନେକ ରାଜ୍ୟ ଯାଉଛି କିନ୍ତୁ କୌଣସି ରାଜ୍ୟରେ ଏପରି ବିଚିତ୍ର ଶାସନ ବ୍ୟବସ୍ଥା ନାହିଁ । ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି ।ଏସବୁ ଦୃଷ୍ଟିରୁ ଓଡିଶା ଦେଶରେ ୧,୨ କିମ୍ବା ୩ ରେ ରହିବା କଥା ବୋଲି ଅପରାଜିତା କହିଛନ୍ତି  । ସେ କହିଛନ୍ତି ରାଜ୍ୟରେ ବେରୋଜଗାର ବଢିଛି  । ଓଡ଼ିଶାକୁ ଲୁଟ୍‌ କରିବା ଲାଇସେନ୍ସ ଆଉ ଦିଆ ନ ଯାଉ ବୋଲି ଅପରାଜିତା କହିଛନ୍ତି।

Leave A Reply

Your email address will not be published.