Latest Odisha News

BREAKING NEWS

ଲଙ୍କା ଜଳୁଛି: ମହିନ୍ଦା ରାଜପକ୍ସେଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ସେଙ୍କ ଇସ୍ତଫା ପରେ ବଢୁଛି ହିଂସା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶ୍ରୀଲଙ୍କାରେ ସ୍ଥିତି ବିଗିଡିବାରେ ଲାଗିଛି । ଖରାପ ଆର୍ଥିକ ସଂକଟ ଭିତରେ ଦେଶରେ ଜରୁରିକାଳୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀଙ୍କ ଚାପରେ ଗତକାଲି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ଇସ୍ତଫା ଦେଇଥିଲେ । ଏହାପରେ ଶ୍ରୀଲଙ୍କାରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହୋଇଛି । ରାଜପକ୍ସେଙ୍କ ସମର୍ଥକ ଓ ବିରୋଧୀଙ୍କ ଭିତରେ ସଂଘର୍ଷ ଚାଲିଛି ।

ବର୍ତ୍ତମାନ ସୁଦ୍ଧା ଏହି ହିଂସାକାଣ୍ଡରେ ଜଣେ ସାଂସଦଙ୍କ ସମେତ ୫ ଜଣଙ୍କର ଜୀବନ ଗଲାଣି । ୧୮୦ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଓ ତାଙ୍କ ପରିବାରକୁ ସୁରକ୍ଷା ଓ ସମର୍ଥନ ଦେଉଛି । ଏହି କାରଣକୁ ନେଇ ଶ୍ରୀଲଙ୍କା ସ୍ଥିତି ଗମ୍ଭୀର ହେଉଛି ।

ଶ୍ରୀଲଙ୍କା ରାଜରାସ୍ତାରେ ଅରାଜକତାର ନିଆଁ ଜଳୁଛି । ମହିନ୍ଦା ରାଜପକ୍ସେଙ୍କ ବାସଭବନରେ ବି ନିଆଁ ଲଗାଇ ଦିଆଯାଇଛି । ତାପୂର୍ବରୁ ସୁରକ୍ଷାକର୍ମୀ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ସେହିପରି କିଛି ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଉଛନ୍ତି ଦୁର୍ବୃତ୍ତ । ଜଣେ ସାଂସଦ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ଯାଇ ଆତ୍ମହତ୍ୟା କରିଛନ୍ତି । ଆଗକୁ ଶ୍ରୀଲଙ୍କାରେ କଣ ହେବ କିଛି ଅନୁମାନ କରିବା ମୁସ୍କିଲ ।

Leave A Reply

Your email address will not be published.