Latest Odisha News

BREAKING NEWS

ଭୁବନେଶ୍ୱରରେ ଆପୋଲ ହସ୍ପିଟାଲ କର୍ମଚାରୀଙ୍କ ସମେତ ୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ ୩୮ ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର ଏମ୍ସ ହସ୍ପିଟାଲର ୩ ଜଣଙ୍କ କର୍ମଚାରୀଙ୍କ ସମେତ ଜଣେ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ୩ଜଣ କର୍ମଚାରୀଙ୍କ ବୟସ ଯଥାକ୍ରମେ ୩୭ ବର୍ଷ(ପୁରୁଷ), ୩୧ ବର୍ଷ(ମହିଳା) ଓ ୩୦ ବର୍ଷ(ପୁରୁଷ) ରହିଛି । ସେହିପରି ଛାତ୍ରୀ ଜଣକର ବୟସ ୨୪ ବର୍ଷ ରହିଛି।

ଅନ୍ୟ ଜଣେ ପୋଖରୀପୁଟ ଅଂଚଳରୁ ୩୫ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନିକଟରେ ସେ କନ୍ଧମାଳରୁ ଫେରିଥିଲେ ବୋଲି ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି । ସେହିପରି ଆଜି ଜୟଦେବ ବିହାର ଅଂଚଳର ୪୮ ବର୍ଷୀୟ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମଧ୍ୟରୁ ୪୨ଟି ଆକ୍ଟିଭ କେସ୍ ରହିଥିବା ବେଳେ ୫୪ ଜଣ ସୁସ୍ଥ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.