Latest Odisha News

BREAKING NEWS

ଆପୋଲୋ ହସ୍ପିଟାଲର ଏକ ଭିନ୍ନ ପ୍ରୟାସ; ରକ୍ତ ପରୀକ୍ଷାରୁ ହେବ ସ୍ତନ କର୍କଟ ଚିହ୍ନଟ

ଭୁବନେଶ୍ୱର: ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ବୋଲି ଆପୋଲୋ ହସ୍ପିଟାଲ ଦାବି କରିଛି । ଏହି ପରୀକ୍ଷା ଦ୍ୱାରା କର୍କଟ ରୋଗରୁ ମହିଳା ମାନଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିହେବ ବୋଲି ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ମଙ୍ଗଳବାର ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ପ୍ରେସ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ‘ଇଜି ଚେକ୍ ବ୍ରେଷ୍ଟ କ୍ୟାନସର୍’ କର୍କଟ ରୋଗ ଚିହ୍ନଟ କ୍ଷେତ୍ରରେ ସର୍ବ ବୃହତ ବୈଷୟିକ ସଫଳତା ବୋଲି ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି ।

ଆପୋଲୋ ହସ୍ପିଟାଲ ଓ ଡାଟା କ୍ୟାନ୍ସର ଜେନେଟିକର୍ସ ସହଭାଗିତାରେ ଏହି ବିଶେଷ ରକ୍ତ ପରୀକ୍ଷା ପଦ୍ଧତି ଆରମ୍ଭ ହୋଇଛି । ଏହି ପଦ୍ଧତିରେ ଲକ୍ଷଣବିହୀନ ମହିଳାଙ୍କ ଠାରେ ପ୍ରାଥମିକ ଅବସ୍ଥାରୁ ହିଁ ସ୍ତନ କର୍କଟ ହୋଇଛି କି ନାହିଁ ସ୍ପଷ୍ଟ ଜଣାପଡୁଛି । ଏଥିସହିତ କର୍କଟ ଚିହ୍ନଟ ହେଲେ ସମୟପଯୋଗୀ ଚିକିତ୍ସା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିବ ବୋଲି ଜଣାପଡିଛି ।

କର୍କଟ ଚିକିତ୍ସା ଇତିହାସରେ ଏହି ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଅଳ୍ପ ପରିମାଣର ରକ୍ତର ପରୀକ୍ଷାରୁ ‘ଇଜି ଚେକ୍ ବ୍ରେଷ୍ଟ କ୍ୟାନସର୍’ ପରୀକ୍ଷାରେ ପ୍ରାଥମିକ ସ୍ତରରୁ କର୍କଟ ରୋଗର ଚିହ୍ନଟ ଓ ଚିକତ୍ସା ହୋଇପାରିବ । ସଂପ୍ରତି ଭୁବନେଶ୍ୱର ସମେତ ସମସ୍ତ ପ୍ରମୁଖ ଆପୋଲୋ କର୍କଟ କେନ୍ଦ୍ରରେ ଏହି ପଦ୍ଧତିରେ ପରୀକ୍ଷା ଉପଲବ୍ଧ ।

ସମଗ୍ର ବିଶ୍ୱର ସର୍ବାଧିକ ମହିଳା ସ୍ତନ କର୍କଟ ରୋଗରେ ପୀଡ଼ିତ । ୨୦୨୦ରେ ସ୍ତନ କର୍କଟ ସଂକ୍ରମଣ ହାର ଫୁସଫୁସ କର୍କଟକୁ ଅତିକ୍ରମ କରିଛି । ୨୦୨୦ରେ ବାର୍ଷିକ ୨୩ ଲକ୍ଷ ନୂଆ ରୋଗୀ ସ୍ତନ କର୍କଟରେ ଆକ୍ରାନ୍ତ ଥିବା ଜଣାପଡିଛି । ଯାହା ଉକ୍ତ ବର୍ଷର ଚିହ୍ନଟ ହୋଇଥିବା ମୋଟ କର୍କଟ ରୋଗର ୧୧.୭% ଅଟେ । ସମଗ୍ର ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ହୋଇଥିବା କର୍କଟ ଜନିତ ମୃତ୍ୟୁ ମଧ୍ୟରୁ ସର୍ବାଧିକ ସ୍ତନ କର୍କଟରେ ଆକ୍ରାନ୍ତ ଥିଲେ । ୨୦୦୦ ମସିହାରେ ପ୍ରାୟ ୩ ଲକ୍ଷ ୭୫ ହଜାର ମହିଳାଙ୍କ ମୃତ୍ୟୁ ଏହି ରୋଗ ପାଇଁ ହୋଇଛି ।

ସ୍ତନ କର୍କଟ ସାଧାରଣତଃ ଅଳ୍ପ ବୟସର ଝିଅ ବା ୪୫ ବର୍ଷ ବୟସର ବା ତା’ଠାରୁ କମ୍ ବର୍ଷର ମହିଳାମାନଙ୍କ ଠାରେ ଦେଖାଯାଏ । ଭାରତର ସମସ୍ତ ଅଞ୍ଚଳର ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ହାର ବାର୍ଷିକ ୦.୫-୨% ହାରରେ ବୃଦ୍ଧି ପାଇଛି । ତେବେ ଏଥି ମଧ୍ୟରୁ କିନ୍ତୁ ତୁଳନାତ୍କକ ଭାବେ କମ୍ ବୟସ ଓ ବର୍ଗର ୪୫ ବର୍ଷ ବା ତା ଠାରୁ କମ୍ ମହିଳାଙ୍କ ଠାରେ ଦେଖାଯାଉଛି । ଓଡିଶାରେ ସ୍ତନ କର୍କଟର ମାତ୍ରା ସାମାଜିକ-ଅର୍ଥନୈତିକ ଏବଂ ଜୀବନ ଶୈଳୀରେ ହେଉଥିବା ପରିବର୍ତ୍ତନ ଯେପରିକି ବିଳମ୍ବିତ ପ୍ରସବ, ଖାଦ୍ୟପେୟ ପରିବର୍ତ୍ତନ ଏବଂ ମାସିକ ଋତୁସ୍ରାବରେ ପରିବର୍ତ୍ତନ ଇତ୍ୟାଦି ଯୋଗୁଁ ବୃଦ୍ଧି ହୋଇପାରେ ।

ଆପୋଲୋ କର୍କଟ କେନ୍ଦ୍ର ଅଧୀନରେ ଏକ ସ୍ୱତନ୍ତ୍ର ଅଭିଯାନ “ମହିଳାମାନଙ୍କ ଠାରେ କର୍କଟ ସଚେତନତା” ପ୍ରଚାର କରାଯାଉଛି । ଏହି କାର୍ଯ୍ୟକ୍ରମ ଆଗାମୀ କିଛି ମାସ ମଧ୍ୟରେ ସାରା ରାଜ୍ୟରେ ମହିଳାମାନଙ୍କ ପାଇଁ ମାଗଣା କର୍କଟ ସ୍କ୍ରିନିଂ ଶିବିର କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଠାରେ ଦୂରଦୂରାନ୍ତରର ଲୋକମାନେ ଆପୋଲୋ ଡାକ୍ତରଙ୍କ ସହ ନିଜ ଜିଲ୍ଲାରେ ଅତି ସହଜରେ ପରାମର୍ଶ କରିପାରିବେ ।

ଆପୋଲୋ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଡକ୍ଟର ଆଲୋକ ଶ୍ରୀବାସ୍ତବ କହିଛନ୍ତି ଯେ, ଆମ ସମାଜରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ ହେବା ନିଶ୍ଚିତ ଜରରୁ ।

ଆପୋଲୋରେ କର୍କଟ ରୋଗର ମାଗଣା ପରାମର୍ଶ ଏବଂ ସ୍କ୍ରିନିଂ ପାଇଁ ମାସରେ ୨ ଦିନ ମାଗଣା ଚିକିତ୍ସା ସୁବିଧା ମିଳିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ ଯନ୍ତ୍ରପାତି ସହିତ ଅତ୍ୟାଧୁନିକ କର୍କଟ କେନ୍ଦ୍ର ଏବଂ ଆମର ଅଙ୍କୋଲୋଜିର ସମସ୍ତ ବିଶେଷତ୍ୱରେ ଆମର ଭଲ ତାଲିମପ୍ରାପ୍ତ ।

କ୍ଲିନିକାଲ ବିଶେଷଜ୍ଞଙ୍କ ମାଧ୍ୟମରେ ୩୫୦ଟି ବେଡ୍ ବିଶିଷ୍ଟ ଏହି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଠାରେ ଗୋଟିଏ ଛାତ ତଳେ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ
ସମ୍ପୂର୍ଣ୍ଣ କର୍କଟ ଚିକିତ୍ସା ପାଇଁ ମହିଳାମାନଙ୍କୁ ପରାମର୍ଶ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆପୋଲୋ କର୍କଟ କେନ୍ଦ୍ର-ଭୁବନେଶ୍ୱରରେ
ପରାମର୍ଶଦାତା- ରେଡିଏସନ୍ ଅଙ୍କୋଲୋଜି ଡା. ସ୍ଥିତି ଦାଶ ।

Leave A Reply

Your email address will not be published.