Latest Odisha News

BREAKING NEWS

ଏପଲ୍ ନେଉଛି ୧୦ ଗୁଣା ଆପ୍ ଷ୍ଟୋର ଚାର୍ଜ, ଯୁକ୍ତିଯୁକ୍ତ ନୁହେଁ କହିଲେ ଇଲନ ମସ୍କ

ଭୁବନେଶ୍ୱର: ଟେକ୍ କମ୍ପାନୀ ଏପଲ୍ ର ଆପ୍ ଷ୍ଟୋର୍ ଚାର୍ଜ କୁ ନେଇ ଟ୍ୱଟର ନୂଆ ମାଲିକ ଇଲନ ମସ୍କ ଖପ୍ପା । ଯଥାର୍ଥ ଚାର୍ଜ ଠାରୁ ବେଶ୍ ଅଧିକ ଚାର୍ଜ କୁ ନେଇ ଇଲନ ଏପଲ୍ ଉପରେ ଚିଡ଼ିଯାଇଛନ୍ତି । ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି ଇଲନ୍ ମସ୍କ । ଏପଲ୍ ର ଆପ୍ ଷ୍ଟୋର ଇଣ୍ଟରନେଟ ଉପୋର ୩୦ ପ୍ରତିଶତ ଚାର୍ଜ ନେଉଛି । ଯାହା ସାଧାରଣ ଚାର୍ଜ ଠାରୁ ଢ଼େର୍ ଅଧିକ ।

ଆଜି କାଲି ନୁହେଁ ମୂଳ ଠୁ ଇଲନ ମସ୍କ ଏହି ଚାର୍ଜ ବିରୋଧରେ ଏପଲ କୁ ବିରୋଧ କରି ଆସୁଛନ୍ତି । ଏହି କମ୍ପାନୀ ୧୦ ଗୁଣା ଇଣ୍ଟରନେଟ୍ ଚାର୍ଜ କରୁଛି । ଆପ୍ ଷ୍ଟୋର୍ କମିଶନ ବାବଦକୁ ୩୦ ପ୍ରତିଶତ ଚାର୍ଜ ଆଉ କେହି ବି କରୁନାହାନ୍ତି ।

ଏତେ ସବସ୍କ୍ରିପସନ ଫି ଚାର୍ଜ କରିବା ନିଶ୍ଚିତ ଅଯୁକ୍ତିଗତ । ଏପଲ୍ ର ଏହି ଚାର୍ଜ ବିରୋଧରେ ଇଲନ ମସ୍କ ଗତ ବର୍ଷ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ । ମାତ୍ରାଧିକ ଚାର୍ଜ ବିରୋଧରେ କୋର୍ଟ ଯାଇଥିବା ଏପିକ୍ ଗେମ୍ସ ସହିତ ଛିଡ଼ା ହୋଇଥିଲେ ମସ୍କ । ସେତେବେଳେ ସେ କହିଥିଲେ ୩୦ ପ୍ରତିଶତ ଚାର୍ଜ କରିବା ପାଇଁ କମ୍ପାନୀ ପାଖରେ କୌଣସି ଯୁକ୍ତି ନାହିଁ । ବିନା କାରଣରେ ଏତେ ଅର୍ଥ ନେବାର କିଛି କାରଣ ଦର୍ଶାଉ ଏପଲ୍ ।

ପ୍ରକୃତ ମୂଲ୍ୟ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁତ୍ କମ୍ ହେବା କଥା । ଯାହା ୧୦ ଗୁଣା ଅଧିକ ରହିଛି ବୋଲି କହିଛନ୍ତି ମସ୍କ । ଆପ୍ ଷ୍ଟୋର୍ ରେ ଆପ୍ଲିକେସନ ଉପଲବ୍ଧ କରାଇବା ଏବଂ ଇନ୍-ଆପ୍ ପରଚେଜ୍ ପାଇଁ ଅନ୍ୟ ସବୁ କମ୍ପାନୀ ଠାରୁ ଏପଲ୍ ର ଚାର୍ଜ ସର୍ବାଧିକ ।

ପୂର୍ବରୁ ଏପଲ୍ ବାର୍ଷିକ ୧ ମିଲିଅନ୍ ଆୟ କରୁଥିବା କମ୍ପାନୀଙ୍କ ପାଇଁ ୧୫ ପ୍ରତିଶତ ଚାର୍ଜ କରିବ ବୋଲି ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ଯାଏଁ ସେଥିରେ କିଛି ପରିବର୍ତ୍ତନ ହୋଇନି ।

Comments are closed.