Latest Odisha News

BREAKING NEWS

ଋଷରେ ବ୍ୟାନ ହେଲା ଆପଲ୍, ଆଗରୁ ବ୍ୟାନ ହୋଇଥିଲା ‘ଆପଲ୍ ପେ’ ଏବେ ଆପ୍ ଷ୍ଟୋର

ଭୁବନେଶ୍ୱର: ଋଷରେ ବ୍ୟାନ ହେଲା ଆପଲ ଷ୍ଟୋର । ଋଷରୁ ଆପଲ ତାର ଉତ୍ପାଦନ ବିକ୍ରୟ ବନ୍ଦ କରିବା ସହିତ ଆପଲ ଏହାର ଆପ୍ ଷ୍ଟୋରରୁ ମଧ୍ୟ ଋଷ ନ୍ୟୁଜ ଆପ୍ ଆରଟି ଏବଂ ସ୍ଫୁଟନିକ ଆପକୁ ହଟାଇ ଦେଇଛି । ଫେଡେରାଲ ଆପଲ ସିଇଓ ଟିମ କୁକଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଋଷରେ ଆପଲ ଷ୍ଟୋର ବ୍ୟାନ କରିବା ସହିତ ନିଜର ସାମଗ୍ରୀ ବନ୍ଦ କରିବା ପାଇଁ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଆପଲ କହିଛି ଋଷରେ ଏହାର ସମସ୍ତ ପ୍ରଡକ୍ଟ ବନ୍ଦ ହୋଇଯାଇଛି । ପୂର୍ବରୁ ଋଷରେ ‘ଆପଲ ପେ’ ସର୍ଭିସ ମଧ୍ୟ ରୋକ ଲଗାଇଥିଲା ।

କେବଳ ସେତିକି ନୁହେଁ, ଗତ ସପ୍ତାହରେ ୟୁକ୍ରେନର ଉପମୁଖ୍ୟମନ୍ତ୍ରୀ ମାୟାଖାଇଲୋ ଫେଡୋରୋଭ ଆପଲକୁ ଚିଠି ଲେଖିଥିଲେ ତାହା ଟ୍ୱିଟରେ ମଧ୍ୟ ସେୟାର କରିଥିଲେ । ଫେଡୋରୋଭ୍ ଆପଲ୍ ସିଇଓ ଟିମ୍ କୁକ୍ କୁ ଏକ ଚିଠି ଲେଖି ତାଙ୍କୁ ଋଷିଆରେ ଆପଲ୍ ଷ୍ଟୋର୍ ବ୍ୟାନ କରିବା ସହିତ ଏହାର ସବୁ ଉତ୍ପାଦର ଯୋଗାଣ ମଧ୍ୟ ବନ୍ଦ କରିବାକୁ କହିଥିଲେ।

ତେବେ ଏହାକୁ ନେଇ ଆପଲ୍ ମଧ୍ୟ ନିଜର ମନ୍ତବ୍ୟ ରଖିଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ଆପଲ୍ କହିଛି ଯେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଥିବାରୁ ଆପଲ ଏହାକୁ ନେଇ ଅତ୍ୟନ୍ତ ଦୁଃଖିତ ଏବଂ ଚିନ୍ତିତ। ଯେଉଁମାନେ ଏହି ହିଂସା ଭୋଗୁଛନ୍ତି ସେମାନଙ୍କ ସହିତ ଆପଲ୍ କମ୍ପାନୀ ସାଥ ଦେଉଛି। ଗତ ସପ୍ତାହରେ ଆପଲ୍ ପେ ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଆଇଫୋନ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ବିକ୍ରୟ ବନ୍ଦ କରିଛି ବୋଲି ଆପଲ୍ କହିଛି। ଆମେ ଋଷିଆ ପାଇଁ ଆମର ଅନ୍ୟ ସେବା ମଧ୍ୟ ବନ୍ଦ କରିଛୁ ବୋଲି ଆପଲ ୟୁକ୍ରେନ ଉପପ୍ରଧାମନ୍ତ୍ରୀଙ୍କୁ କହିଥିଲେ।

Comments are closed, but trackbacks and pingbacks are open.